Pratidin TV

Odisha's Digital News Platform

ଖଲ୍ଲିକୋଟର BJP କୁ ଖୋଲା ଚ୍ୟାଲେଞ୍ଜ କଲେ କାର୍ତ୍ତିକ,କହିଲେ ଦମ୍ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କର ..

1 min read

ଖଲ୍ଲିକୋଟର ପ୍ରାର୍ଥୀଙ୍କ ପାଇଁ ହାଇଭୋଲ୍ଟେଜ ପ୍ରଚାର କରିଛନ୍ତି 5t ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଚାର ମୈଦାନରୁ ଖୋଲାଖୋଲି ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ । ସେ କହିଛନ୍ତି ସାହସ ଅଛି ଯଦି ବିଜେପି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ । ବିଜେଡି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟନାୟକ ବୋଲି ସାରା ଓଡିଶା ଜାଣିଛି ହେଲେ ବିଜେପି ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ । ତାହାର ଉତ୍ତର ଦେଇପାରୁନାହାନ୍ତି ବିଜେପି ନେତା ।

କାରଣ ହେଲେ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ପାରୁନି । ଜଣେ ଲୋକ ସବୁବେଳେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ । କିନ୍ତୁ ଦଳର ତାଙ୍କ ଉପରେ ଆସ୍ଥା କି ବିଶ୍ବାସ ନାହିଁ । ଯେଉଁଥି ପାଇଁ ତାଙ୍କ ନାଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହିଁ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ବିଧାନସଭା ଆସନ ବି ଜିତି ପାରିବନାହିଁ । ସେ ଆହୁରି ମଧ୍ୟ କହିଥିଲେ ଖଲିକୋଟ ରାଣୀ ସ୍ବର୍ଗତ ଭି. ସୁଜ୍ଞାନୀ ଦେଓ ସବୁବେଳେ ନିଜ ଅଞ୍ଚଳ ପାଇଁ କାମ କରୁଥିଲେ । ସେ ସବୁବେଳେ ୫୦-୬୦ ହଜାର ମାର୍ଜିନରେ ଜିତୁଥିଲେ । ସେହିପରି ଚାଳିତଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ପ୍ରାର୍ଥୀଙ୍କୁ ମଧ୍ୟ ଖୋଲିକୋଟବାସୀ ୬୦ ହଜାର ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *