ଯାନ୍ତ୍ରିକ ତ୍ରୁଟି କାରଣରୁ ଅଧାରେ ରହିଲା ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ..
1 min readହୋଇପାରିଲାନି ଉଡାଣ । ଅଧାରୁ ଅଟକିଗଲା ସୁନୀତା ୱିଲିୟମ୍ସଙ୍କ ତୃତୀୟ ମହାକାଶ ଯାତ୍ରା । ଲଞ୍ଚ୍ ହେବାର କିଛି ଘଣ୍ଟା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ସୁନିତା ୱିଲିୟମ୍ସ ଙ୍କ ମହାକାଶ ମିଶନ୍କୁ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି । ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ତୃତୀୟ ଥର ପାଇଁ ମହାକାଶ ଅଭିମୁଖେ ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ସୁନିତା ମଙ୍ଗଳବାର ବଚ୍ ୱିଲ୍ମୋରଙ୍କ ସହ ନୂତନ ମହାକାଶ ଯାନ ବୋଇଙ୍ଗ ଷ୍ଟାରଲାଇନରରେ ଉଡ଼ାଣ ଭରିବାର ଥିଲା ।
କିନ୍ତୁ ଲଞ୍ଚ୍ ହେବାର କିଛି ଘଣ୍ଟା ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍କୁ ସ୍ଥଗିତ ରଖାଯାଇଛି । ତେବେ ମିଶନ କେବେ ଲଞ୍ଚ ହେବ ତାହା ଜଣାପଡିନାହିଁ । ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା କରାଯାଇନାହିଁ । ସେପଟେ ମହାକାଶ ମିଶନ ସ୍ଥଗିତ ହେବାପରେ ବିଲ ନେଲସନ ଏକ ପୋଷ୍ଟ କରିଛନ୍ତି । ସେ ପୋଷ୍ଟରେ କହିଛନ୍ତି ” ଆମର ପ୍ରଥମ ପ୍ରାଥମିକତା ହେଉଛି ସୁରକ୍ଷା , ଯେତେବେଳେ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବୁ ସେତେବେଳେ ଆମେ ଉଡାଣ ଭରିବୁ । ଆଜି ସୁନିତା ତୃତୀୟ ଥର ପାଇଁ ମହାକାଶ ଯାତ୍ରା କରିଥା’ନ୍ତେ । ସେ ପ୍ରଥମ ଥର ପାଇଁ ୨୦୦୬ରେ ଓ ଦ୍ୱିତୀୟ ଥର ପାଇଁ ୨୦୧୨ରେ ମହାକାଶ ଯାତ୍ରା କରିଥିଲେ । ନାସାର ସୂଚନା ଅନୁସାରେ, ସୁନିତା ମହାକାଶରେ ମୋଟ୍ ୩୨୨ ଦିନ ବିତାଇଛନ୍ତି ।