Pratidin TV

Odisha's Digital News Platform

ନିର୍ବାଚନରେ ବଡ ପ୍ରେରଣା ; ନାହିଁ ଦୁଇ ହାତ , ଗୋଡରେ ଦେଲେ ଭୋଟ୍ ….

1 min read

ନିର୍ବାଚନରେ ସାଜିଲେ ବଡ ପ୍ରେରଣା । ଗଣତନ୍ତ୍ର ପାଇଁ ନିଷ୍ଠାପର ଦେଖାଇ ସାଜିଲେ ବଡ ଉଦାହରଣ । ୨୦ ବର୍ଷ ପୂବେ ନିଜର ଦୁଇ ହାତ ହରାଇଥିଲେ ଭୋଟର ଅଙ୍କିତ ସୋନି । ଏକ ବିଦ୍ୟୁତ୍ ଦୁର୍ଘଟଣାରେ ନିଜର ଦୁଇ ହାତ ସହ ଗୋଡର ଆଙ୍ଗୁଠି ମଧ୍ୟ ହରାଇଥିଲେ ଅଙ୍କିତ । କିନ୍ତୁ ଏହି ଯୁବକ ଜଣକ ଆଜି ପୁରା ଭାରତ ପାଇଁ ଏକ ବଡ ପ୍ରେରଣା ଭାବେ ଉଭ।। ହୋଇଛନ୍ତି ।
ଗୁଜୁରାଟର ନାଡିଆଡର ଏକ ମତଦାନ ବୁଥରୁ ଅଙ୍କିତଙ୍କ ଭୋଟ ଦେବାର ଭିଡିଓ ଭାଇରାଲ ହୋଇଛି । ସେ ଗୋଡରେ କାଳି ଲଗାଇବା ସହ ଗୋଡରେ ହିଁ ନିଜର ମତଦାନ କରିଛନ୍ତି । ଆଜି ଅଙ୍କିତ ଏପରି କରି ଦେଶର ନାଗରିକତ୍ୱର ସଚ୍ଚା ପ୍ରମାଣ ଦେଇଛନ୍ତି ।

ଅଙ୍କିତ ସେହିମାନଙ୍କ ପାଇଁ ଏକ ବଡ଼ ପ୍ରେରଣା, ଯେଉଁମାନେ ସହରରେ ରହୁଛନ୍ତି ଆଉ ଭୋଟ ଦିନ ଘରେ ବସି ଟିଭି ଦେଖୁଛନ୍ତି । ସରକାରୀ ଛୁଟିର ମଜା ନେଉଛନ୍ତି କିନ୍ତୁ ଭୋଟ ଦେବାକୁ କେନ୍ଦ୍ରକୁ ଯାଉ ନାହାନ୍ତି । ଭାଇରାଲ ଭିଡିଓରୁ ଯାହା ଜଣାପଡ଼ିଛି ଅଙ୍କିତ ଗୋଡ଼ରେ ଭୋଟ ଦେଇଛନ୍ତି । ଆଉ ଭୋଟ କାଳି ବି ଗୋଡ଼ର ବୁଢ଼ା ଆଙ୍ଗୁଳିରେ ମାରିଛନ୍ତି । କାରଣ ତାଙ୍କ ଗୋଡ଼ର ଅନ୍ୟ ଆଙ୍ଗୁଳି ଗୁଡ଼ିକ ବି ନଷ୍ଟ ହୋଇଯାଇଛି ।

Advertisement

ନିଜ ମୁହଁରେ ବଖାଣିଲେ କାହାଣୀ-“୨୦ ବର୍ଷ ପୂର୍ବେ ବିଦ୍ୟୁତ ଆଘାତ ଯୋଗୁଁ ମୁଁ ମୋର ଦୁଇ ହାତ ହରାଇଥିଲି । ମୋର ଗୁରୁ ଏବଂ ଶିକ୍ଷକଙ୍କ ଆଶୀର୍ବାଦରେ ମୁଁ ଚିତ୍ର ଆଙ୍କିବା ଆରମ୍ଭ କଲି, ତା’ପରେ ଲେଖିବା, ତା’ପରେ ସ୍କୁଲ ଯିବା ଆରମ୍ଭ କଲି । ମୁଁ ସ୍କୁଲରେ ଭଲ ନମ୍ବର ଦେଇ ପାସ୍ କଲି । ମୁଁ ମୋର ସ୍ନାତକୋତ୍ତର କଲି, ତା’ପରେ ଉଝ, ତାପରେ ଗଈଇ ଅନୁସରଣ କଲି । ମୁଁ ଗତ କିଛି ବର୍ଷ ଧରି ଏହିପରି ଭୋଟ୍ ଦେଉଛି । ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ବାହାରକୁ ଆସନ୍ତୁ ଏବଂ ସେମାନଙ୍କର ମୂଲ୍ୟବାନ ଭୋଟ୍ ଦିଅନ୍ତୁ।

୧୧ ଟି ରାଜ୍ୟ ତଥା UT ର ୯୩ ଟି ନିର୍ବାଚନମଣ୍ଡଳୀରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେଉଛି। ଅପରାହ୍ନ ୧ ଟା ପର୍ଯ୍ୟାନ୍ତ ପଶ୍ଚିମବଙ୍ଗ ସର୍ବାଧିକ ଭୋଟରଙ୍କ ସଂଖ୍ୟା ୪୯.୨୭ ପ୍ରତିଶତ ରେକର୍ଡ କରିଥିବାବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୩୧.୫୫ ପ୍ରତିଶତ ରହିଛି।

Leave a Reply

Your email address will not be published. Required fields are marked *