Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ପୋଲିସକୁ ମିଳିଲା ବଡ ସଫଳତା , ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ..

1 min read

ରାଜ୍ୟରେ ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଲିସ ପକ୍ଷରୁ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ସହିତ ମାଓ ପ୍ରବଣ ଅଞ୍ଚଳମାନଙ୍କରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। କିପରି ଶାନ୍ତି ଶୃଙ୍ଖଳାରେ ସହିତ ନିର୍ବାଚନ ଅନୁଷ୍ଠିତ ହେବ ସେଥିପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛି ପୋଲିସ। ତେବେ ଏହାରି ମଧ୍ୟରେ ପୋଲିସକୁ ମିଳିଛି ବଡ ସଫଳତା  ।

  କୁଖ୍ୟାତ ମାଓବାଦୀ ତଥା କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ସାମାୟା ମାଡକାମ ମଙ୍ଗଳବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ମାଓ ସଂଗଠନ ର ବରିଷ୍ଠ ନେତା ଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ରେ ଅତିଷ୍ଟ ହୋଇ କେ କେ ବିଏନ ଡିଭିଜନ ର (ଡି ସିଏମ )ଡିଭିଜନାଲ କମିଟି ମେମ୍ବର ସମୟ ମାଡକାମ ଦକ୍ଷିଣା ଅଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ଏବଂ କନ୍ଧମାଳ ଏସ ପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

Advertisement

ସେ 2005 ଅକ୍ଟୋବର ମାସରେ ମାଓଇଷ୍ଟ ରେ ସାମିଲ ହୋଇଥିଲା । ଅନେକ ଗୁଡିଏ ମାଓ ହିଂସା ଘଟଣା ରେ ସେ ସାମିଲ ଥିଲେ । ତାଙ୍କ ନାମରେ କନ୍ଧମାଳ ବୌଦ ଓ ନୂଆପଡା ଅଂଚଳରେ 17 ରୁ ଉର୍ଦ୍ଧ ମାମଲା ରହିଛି । ସେହିପରି ଛତିଶଗଡ଼ ଅଂଚଳରେ ତାଙ୍କ ନାମରେ ସିରିଜ ମାମଲା ଥିବା କନ୍ଧମାଳ ରହିଛି  । ସେ ଏହି ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ବୋଲି ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ।

Leave a Reply

Your email address will not be published. Required fields are marked *