Pratidin TV

Odisha's Digital News Platform

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର , ଘରେ ବସି ମାଗଣାରେ ଦେଖିପାରିବେ ଟି-୨୦ ବିଶ୍ୱକପ ..

1 min read

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଏବେ ଘରେ ବସି ମାଗଣାରେ ଦେଖିପାରିବେ t- 20 ବିଶ୍ୱକପ୍ । ଜୁନ ୨ ତାରିଖରୁ ବିଶ୍ବକପ୍‌ ମହାସମର ଆରମ୍ଭ ହେଉଥିବା ବେଳେ ଏଥିପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଆଇପିଏଲ ପରେ ପରେ ଖେଳାଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍ ମହାମୁକାବିଲା । ଏଥର ବିଶ୍ବକପ୍‌ ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ । ତେବେ ଏଥର ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌କୁ ନେଇ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ କିଛିଦିନ ପରେ ଆରମ୍ଭ ହେବ ବିଶ୍ୱକପ  । ଏବେଠୁ ବିଶ୍ୱକପ ମ୍ୟାଚ କେମିତି ଦେଖିବେ ସେ ନେଇ ଚିନ୍ତାରେ ରହିଛନ୍ତି । ହେଲେ ଆଉ ଚିନ୍ତାନାହିଁ  । କାରଣ ଏଥର ବିଶ୍ବକପ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଦେଖିପାରିବେ ।

ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ୍‌ ପୂରାପୂରି ଫ୍ରିରେ ଦେଖିପାରିବେ । ଏଥିପାଇଁ କୌଣସି ସ୍ବତନ୍ତ୍ର ରିଚାର୍ଜ କିମ୍ବା ପ୍ୟାକ୍ ନେବାକୁ ପଡିବ ନାହିଁ । Diney+Hotstar କ୍ରିକେଟପ୍ରେମୀଙ୍କ ପାଇଁ ଏହି  ଖୁସି ଖବର ଦେଇଛି । ଏଥର ବିଶ୍ବକପ ପୂରାପୂରି ଫ୍ରିରେ ଦେଖିପାରିବେ ଦର୍ଶକ । ଏଥର Diney+Hotstar  ବିଶ୍ବକପ୍‌ର ଲାଇଭ୍ ଷ୍ଟ୍ରିମିଂ କରିବାକୁ ଯାଉଛି । ୨୦୨୪ ପୁରୁଷ T20 ବିଶ୍ୱକପ୍ ମ୍ୟାଚଗୁଡିକ ମୋବାଇଲ ଆପ୍‌ରେ ଫ୍ରି ରେ ଦେଖିପାରିବେ । ଏ ନେଇ ମାର୍ଚ୍ଚ ୪ ତାରିଖରେ Diney + Hotstar ପକ୍ଷରୁ ଏକ ପ୍ରୋମୋ ଭିଡିଓ ସେୟାର କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ଲାଇଭ୍‌ ଷ୍ଟ୍ରିମିଂ କରାଯିବ ଏବଂ ମାଗଣାରେ ଦେଖିପାରିବେ ।

ଏହା ପୂର୍ବରୁ ୨୦୨୩ ଏସିଆ କପ୍‌ରେ ମଧ୍ୟ Diney + Hotstar ପକ୍ଷରୁ ମାଗଣାରେ ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା । ତେବେ ବିଶ୍ବକପ୍‌ ମ୍ୟାଚଗୁଡିକ ଦେଖିବାକୁ ପାଇଁ ସବସ୍କ୍ରିପସନ୍ ନେବାକୁ ପଡିବ । ଏହା ବ୍ୟତିତ କ୍ରିକେଟ ପାଇଁ ଅନ୍ୟ କୌଣସି ରିଚାର୍ଜ କରିବାକୁ ପଡିବ ନାହିଁ । T-20 ବିଶ୍ବକପ୍‌ ମୁକାବିଲା ଜୁନ ୨ ତାରିଖରୁ ଆରମ୍ଭ ହେଉଥିବା ବେଳେ ଭାରତ ତାର ପ୍ରଥମ ମ୍ୟାଚ୍ ଜୁନ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ । ସେହିଭଳି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ଜୁନ ୯ ତାରିଖରେ ନ୍ୟୁୟର୍କରେ ଖେଳାଯିବ ।

Leave a Reply

Your email address will not be published. Required fields are marked *