Pratidin TV

Odisha's Digital News Platform

ସହିପାରିଲେନି ଯୌନ ନିର୍ଯାତନା , ଆତ୍ମସମର୍ପଣ କଲେ ୯ ମାଓବାଦୀ..

1 min read

ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧ ପୋଲିସ କୁ ବଡ଼ ଧରଣ ସଫଳତା ।ବୌଦ୍ଧ ଜିଲ୍ଲାରେ ଆତ୍ମ ସମର୍ପଣ କଲେ ଛତିଶଗଡ଼ ଦନ୍ତେୱାଡା ଅଂଚଳର ୯ଜଣ ମାଓବାଦୀ l ଚଳିତ ବର୍ଷ ବୌଦ୍ଧଜିଲ୍ଲା ମାଓ ପ୍ରବଣ ଜିଲ୍ଲା ଭାବେ ସଂପୃକ୍ତି ହୋଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ସହିତ ପୋଲିସ୍ ମୁହାଁ ମୁହିଁ ହେବା ସହିତ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି l ଗତ ମାସରେ କଣ୍ଟାମାଳ ଅଞ୍ଚଳରେ ଦୁଇଜଣ ମାଓବାଦୀ ଏନ୍କାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି

l ଆଜି ନଅଜଣ ପୁରୁଷ କେଡର ଓ ମହିଳା କେଡର ମାଓବାଦୀ ପୋଲିସ୍ ପ୍ରଶାସନ ପାଖରେ ଆତ୍ମ ସମର୍ପଣ କରିଛନ୍ତି l ଚଳିତ ବର୍ଷ ମାଓବାଦୀମାନେ ମୁଖ୍ୟ ସ୍ରୋତରେ ସାମିଲ୍ ହେଉଥିବା ଦେଖାଯାଇଛି l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇ.ଜି. ଜୟ ନାରାୟଣ ପଙ୍କଜ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଆତ୍ମ ସମର୍ପଣ ବିଷୟରେ ବିବରଣୀ ପ୍ରଦାନ କରିଥିଲେ l କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ର ଅଷ୍ଟମ କମ୍ପାନୀରେ ସଂପୃକ୍ତ ସାତଜଣ ପୁରୁଷ ଓ ଦୁଇଜଣ ମହିଳା ଆତ୍ମ ସମର୍ପଣ କରିଛନ୍ତି l ପୋଲିସ୍ ପ୍ରଶାସନ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଛି l

Advertisement

ଏମାନେ ସମସ୍ତେ କେକେବିଏନ୍ ସହ ଜଡିତ ଥିଲେ। ବହୁଦିନ ଧରି ସମାଜର ମୁଖ୍ୟ‌ସ୍ରୋତରୁ ସେ ଦୂରରେ ରହିଥିଲେ। ଏବେ ସେ ପରିବାର ସହ ସମୟ ବିତାଇବେ। ମାଓ ସଂଗଠନରେ ସିନିୟରମାନେ ଜୁନିୟର୍‌ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦେଉଥିବା କହିଛନ୍ତି ମାଓବାଦୀ । ସୂଚନା ଥାଉ କି ଗତ କିଛି ଦିନ ତଳେ ବୌଦ୍ଧ ଜିଲ୍ଲାର ପାଢେଲ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘାଟି ଦୁଇଜଣ ମାଓବାଦୀ ନିହତ ହୋଇଥିଲେ ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ ଜିଲ୍ଲାରେ ଏବେ ବି ମାଓବାଦୀଙ୍କ ଗତିବିଧି ରହିଛି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପୋଲିସ ଏଦିଗରେ ତୀକ୍ଷଣ ନଜର ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *