ଟୋଲ ଫିରୁ ବର୍ତ୍ତିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍କେଡରେ ପଶିଗଲେ ସୋସିଆଲ ମିଡ଼ିଆ ଅଭିନେତା
ସୋସିଆଲ ମିଡିଆରେ ଭିଡିଓ ପ୍ରସ୍ତୁତ କରିଥିବା ମହାରାଷ୍ଟ୍ରର ଜଣେ ୩0 ବର୍ଷୀୟ ଅଭିନେତା ଶୁଭମ କୁମାର ମୁମ୍ବାଇର ୱର୍ଲିରେ ସି ଲିକ୍ ଟୋଲ ଗେଟରେ ଟୋଲ ଫି ନ ଦେବାରୁ ଗିରଫ ହୋଇଛନ୍ତି | ଟୋଲ ଫିରୁ ବଞ୍ଚିବା ପଡିଲା ମହଙ୍ଗା |
ତେବେ ସୂଚନାନୁସାରେ, ଶୁଭମ କୁମାର ଟୋଲ ଫି ନ ଦେବା ପାଇଁ ଟୋଲ ଗେଟ ପାଖରେ ଅଟକି ଯାଇଥିଲେ | କିଛି ସମୟ ପରେ ସେହି ଟୋଲ ଗେଟ ରାସ୍ତାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍କେଡ ଅତିକ୍ରମ କରିଥିଲା | ସେହି ସମୟରେ ଉକ୍ତ ବ୍ୟକ୍ତି ଜଣକ ନିଜ କାର ଧରି କାରକେଡ ସହ ଲୁଚି ଟୋଲ ଫି ନ ଦେଇ ପଳାଇଯିବାକୁ ଭାବିଥିଲେ | କିନ୍ତୁ ତାଙ୍କ ଉପାୟ ମାରିଥିଲା ଫେଲ | ଜଣେ ପୁଲିସ୍ ଅଧିକାରୀ ଏହା ଦେଖି ତୁରନ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକଜଣକ ଅଟକି ନ ଥିଲେ।
ଏହାପରେ ତୁରନ୍ତ ୱର୍ଲି ଟ୍ରାଫିକ ପୁଲିସ୍କୁ ଆଲର୍ଟ କରାଯାଇଥିଲା। ପରେ ଟ୍ରାଫିକ ପୋଲସ ଧରିଥିଲା | ଏହାପରେ ବାନ୍ଦ୍ରା ପୋଲିସ ଗିରଫ କରି ଜେଲ ପଠାଇଥିଲା |