Pratidin TV

Odisha's Digital News Platform

ବିବାଦୀୟ ବୟାନ ଦେଇ ଫସିଗଲେ ପିଟ୍ରୋଡା , ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା..

1 min read

କଂଗ୍ରେସ ର ବରିଷ୍ଠନେତା ସାମ୍ ପିଟ୍ରୋଡା ଇଣ୍ଡିଆନ୍ ଓଭରସିଜ୍  କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ମଧ୍ୟ ତାଙ୍କ ଇସ୍ତଫା ପଦକୁ ଗ୍ରହଣ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ସାମଙ୍କ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି। ପିଟ୍ରୋଡା ପୂର୍ବରେ ଭାରତୀୟମାନେ ଚୀନ୍ ଭଳି ଦେଖାଯାଉଥିବା ବେଳେ ଦକ୍ଷିଣରେ ଥିବା ଭାରତୀୟମାନେ ଆଫ୍ରିକୀୟ ଭଳି ଦେଖାଯାଉଛନ୍ତି କହି ସମାଲୋଚନାର ଶିକାର ହୋଇଥିଲେ ।

ଆମେ ଭାରତ ଭଳି ଏକ ବିବିଧ ଦେଶକୁ ଏକାଠି କରିପାରିବା- ଯେଉଁଠାରେ ପୂର୍ବର ଲୋକମାନେ ଚୀନ୍ ପରି ଦେଖାଯାଆନ୍ତି, ପଶ୍ଚିମର ଲୋକମାନେ ଆରବ ପରି ଦେଖାଯାଆନ୍ତି, ଉତ୍ତରର ଲୋକମାନେ ହୁଏତ ଗୋରା ଦେଖାଯାଆନ୍ତି ଏବଂ ଦକ୍ଷିଣର ଲୋକମାନେ ଆଫ୍ରିକୀୟ ପରି ଦେଖାଯାଆନ୍ତି । ଏହାଦ୍ୱାରା କୌଣସି ଫରକ ପଡେ ନାହିଁ। ଆମେ ସମସ୍ତେ ଭାଇ ଭଉଣୀ ବୋଲି ପିଟ୍ରୋଡା ଏକ  ଗଣମାଧ୍ୟମରୁ ସାକ୍ଷାତକାରରେ କହିଥିଲେ । ଏହାପରେ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ଭାରତର ବିବିଧତାକୁ ବର୍ଣ୍ଣନା କରିବା ପାଇଁ ସାମ ଏକ ପୋଡକାଷ୍ଟରେ ଯେଉଁ କଥା କହିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଗ୍ରହଣୀୟ ନୁହେଁ। କଂଗ୍ରେସ ଏହାକୁ ଗ୍ରହଣ କରୁନାହିଁ । ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିବା ସହ ଏହାକୁ ଜାତିବାଦୀ ଓ ବିଭାଜନକାରୀ ବୋଲି କହିଛି। ବର୍ତ୍ତମାନ  ସାମ୍ ପିଟ୍ରୋଡାଙ୍କ ଏପରି ମନ୍ତବ୍ୟ ଚାରିଆଡୁ ସମାଲୋଚନା ର ଶିକାର ହେବାକୁ ପଡୁଛି ।

Advertisement

Leave a Reply

Your email address will not be published. Required fields are marked *