Pratidin TV

Odisha's Digital News Platform

ବଡ଼ା ପାୱ ବିକୁ ବିକୁ ବଦଳିଲା ଭାଗ୍ୟ , କିଣିଦେଲେ ୧ କୋଟିର କାର୍‌..

1 min read

କଥାରେ ଅଛି ଭଗବାନ କାହାର କେତେବେଳେ କେମିତି ଭାଗ୍ୟ ପରିବର୍ତ୍ତନ କରନ୍ତି ତାହା କେହି ଜାଣିନାହାଁନ୍ତି । ଠିକ୍ ଏମିତି ଆଜି ବଦଳିଯାଇଛି ବଡ଼ା ପାୱ ବିକାଳୀଙ୍କ ଭାଗ୍ୟ । ଆଜି ବଡ଼ା ପାୱ ବିକି କିଣିଛନ୍ତି ୧ କୋଟିର କାର୍ । ଏକଥା ଆପଣ କେବେବି ବିଶ୍ୱାସ କରିପାରିବେନି । କାରଣ କେହିକେବେ ବଡ଼ା ପାୱ ବିକି କେବେ ଏତେ ଦାମିକା କାର୍ କିଣିବା ଅସମ୍ଭବ । ହେଲେ ଏହି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ବଡ଼ା ପାୱ ଗାର୍ଲ ଭାବରେ ଜଣାଶୁଣା ଚନ୍ଦ୍ରିକା ଦୀକ୍ଷିତ୍ । ଗତ କିଛି ମାସ ବଡ଼ା ପାୱ ଗାର୍ଲ ତଥା ଚନ୍ଦ୍ରିକା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ମିଳୁଛି ।

ଏବେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ଏହି ବଡ଼ା ପାୱ ଗାର୍ଲ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେବାରେ ଲାଗିଛି ସେଥିରେ ବଡ଼ା ପାୱ ଗାର୍ଲ ୧କୋଟି ଟଙ୍କା ମୂଲ୍ୟର ମୁସ୍ତାଙ୍ଗ କାରରୁ ବାହାରୁଥିବାର ନଜର ଆସିଛନ୍ତି। ଭିଡିଓ ଆରମ୍ଭରେ ଅନେକ ଲୋକ କାର ଚାରିପାଖରେ ଠିଆ ହୋଇ ଭିଡିଓ ସୁଟିଂ କରୁଥିବା ବେଳେ ଏହି ସମୟରେ ବଡ଼ା ପାୱ ଗାର୍ଲ କାରରୁ ବାହାରକୁ ଆସୁଛନ୍ତି। ତାଙ୍କୁ ଏଭଳି କାରରେ ଆସିବା ଦେଖି ଜଣେ ବ୍ୟକ୍ତି ବଡ଼ା ପାୱ ଗାର୍ଲଙ୍କୁ ପଚାରୁଛନ୍ତି, ତୁମର ଦୋକାନ କୁଆଡେ ଗଲା। ଉତ୍ତରରେ ସେ କହୁଛନ୍ତି, ଅପେକ୍ଷା କର, କିଛି ବଡ ଘଟଣା ଘଟିବାକୁ ଯାଉଛି। ସବୁବେଳେ ଚର୍ଚ୍ଚାରେ ରହୁଥିବା ବଡ଼ା ପାୱ ଗାର୍ଲ ଏଥର କ’ଣ କରିବାକୁ ଯାଉଛନ୍ତି ତାହା କେବଳ ସମୟ କହିବ।

Advertisement

Leave a Reply

Your email address will not be published. Required fields are marked *