Pratidin TV

Odisha's Digital News Platform

ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ , ଖୋଲିବ କେଦାରନାଥଙ୍କ କବାଟ..

1 min read

ଆସନ୍ତାକାଲି ସରିବ ଭକ୍ତଙ୍କ ଅପେକ୍ଷା । ୧୦ ମଇରେ ଅକ୍ଷୟ ତୃତୀୟା ଅବସରରେ ଖୋଲିବ କେଦାରନାଥ ଧାମର ଦ୍ୱାର । ଏବେଠୁ କେଦାର ବାବାଙ୍କ ପାଲକି ମଧ୍ୟ ପ୍ରସ୍ତୁତି ପଥରେ ରହିଛି। କେଦାରନାଥ ଧାମର ସାଜସଜ୍ଜାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। କେଦାରନାଥରେ ଏବେ ପର୍ବତଗୁଡ଼ିକ ବରଫାବୃତ ରହିଛି ଯାହା ପରିବେଶକୁ ବେଶ ମନଲୋଭା କରିଦେଇଛି। ଏଗୁଡ଼ିକ ମଧ୍ୟରେ କେଦାରନାଥ ଧାମର ମହିମା ଏବଂ ସୌନ୍ଦର୍ଯ୍ୟ ଦୃଶ୍ୟମାନ ହୁଏ। ସେଠାରେ ଭକ୍ତ ଓ ସେବକମାନଙ୍କର ଏକ ଭିଡ଼ ବଢିବାରେ ଲାଗିଛି।

ଆସନ୍ତାକାଲି ସକାଳେ କେଦାରନାଥ ଧାମର ଦ୍ୱାର ଖୋଲିବ। ଏହା ସହିତ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର ଦ୍ୱାର ମଧ୍ୟ ଖୋଲିବ। ବଦ୍ରିନାଥ ଧାମର କବାଟ ଆସନ୍ତା ୧୨ ତାରିଖ ସକାଳ ୬ଟାରେ ବ୍ରାହ୍ମ ମୁହୁର୍ତ୍ତରେ ଖୋଲାଯିବ। ଏହା ସହିତ ଦେଶରେ ଚାରି ଧାମର ଯାତ୍ରା ଆରମ୍ଭ ହେବ। ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ କହିଛନ୍ତି ଯେ କେଦାରନାଥ ଧାମ ୬ ମାସ ଖୋଲା ରହିବ। ପ୍ରତିବର୍ଷ ଶିବରାତ୍ରିରେ କବାଟ ଖୋଲିବାର ଘୋଷଣା କରାଯାଏ। ଅକ୍ଷୟ ତୃତୀୟା କବାଟ ଖୋଲା ଯାଇଥାଏ। ଦଶହରା ଦିନ କବାଟ ବନ୍ଦ ହେବାର ଘୋଷଣା କରାଯିବା ସହିତ ଭାଇଦୁଜରେ କବାଟ ବନ୍ଦ କରିଦିଆଯାଇଥାଏ। କେଦାରନାଥଙ୍କ ଦ୍ୱାର ଖୋଲିବାର ୨ ଦିନ ପରେ ବଦ୍ରିନାଥ ଧାମର ଦ୍ୱାର ଖୋଲାଯିବାର ପରମ୍ପରା ରହି ଆସିଛି।

Leave a Reply

Your email address will not be published. Required fields are marked *