ଯାଜପୁରରେ ବଢିଲାଣି ରାଜନୈତିକ ଉଷ୍ମତା, ଗଡ଼ ଜିତିବା ଲାଗି ସବୁ ପ୍ରାର୍ଥୀ ଭରୁଛନ୍ତି ନାମାଙ୍କନ ..
1 min readସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ହେଭିୱେଟ୍। ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ନିଜ ସମର୍ଥକଙ୍କୁ ନେଇ ନାମାଙ୍କନ ଭରିଛନ୍ତି । ଯାଜପୁର ଲୋକସଭା ଓ ସାତ ବିଧାନସଭା ପାଇଁ ଜୁନ 1 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ | ଏହି ପରି ପ୍ରେକ୍ଷୀରେ ଚଳିତ ମାସ ସାତ ତାରିଖରୁ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ଆରମ୍ଭ କରିଛନ୍ତି |
ତୃତୀୟ ଦିନରେ ବିଜେଡି ଦଳ ପକ୍ଷରୁ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀନି ସନ୍ଧ୍ୟା ରାଣୀ ଦାସ, ବିଂଝାରପୁର ନିର୍ବାଚନ ମଣ୍ଡଳୀରୁ ବାଚସ୍ପତି ତଥା ବିଜେଡି ପ୍ରାର୍ଥୀନି ପ୍ରମିଳା ମଲ୍ଲିକ, କଂଗ୍ରେସରୁ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀନି ବନ୍ଦିତା ପରିଡା, ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀ କିଷାନ ପଣ୍ଡା ସେମାନଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି | ପ୍ରତେକ ପ୍ରାର୍ଥୀ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ଥିବା ଧାର୍ମିକ ପୀଠରୁ ପୂଜାର୍ଚନା କରି ସମର୍ଥଙ୍କ ଗହଣରେ ଶୋଭାଯାତ୍ରାରରେ ଆସି ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଙ୍ଗ ଅଫିସର ଙ୍କ ନିକଟରେ ଦାଖଲ କରିଥିଲେ |