ଜାତୀୟ ରାଜପଥରେ ଲହଢି ଭାଙ୍ଗୁଛି ବର୍ଷା ପାଣି
1 min readକନ୍ଦମାଳ : ଲଘୁଚାପ ଜନିତ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା ବାଲିଗୁଡାର ସ୍ଥିତି ବେହାଲ ହୋଇପଡିଛି । ଗତକାଲିଠୁ ଲଗାଣ ବର୍ଷା ଯୋଗୁ ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇଟି ପୋଖରୀ ରେ ପାଣି ଭର୍ତ୍ତି ହୋଇଯାଇଛି । ଯାହାଫଳରେ ପୋଖରୀର ହୁଡା ଭାଙ୍ଗି ଯାଇ ଜାତୀୟ ରାଜପଥରେ ଲହଡି ମାରୁଛି ।ବର୍ଷା ଯୋଗୁଁ ଘରେ ଘରେ ପାଣି ପଶିଥିବା ଦୃଶ୍ୟ ମଧ୍ୟ ଏଠି ଦେଖିବାକୁ ମିଳିଛି ।
ଜାତୀୟ ରାଜପଥ ଏନ ଏଚ ୫୯ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରୁଥିବାରୁ ଯାନ ବାହାନ ଯାତାୟତରେ ବାଧା ଉପୁଜୁଛି । ନିମ୍ନ ମାନର କାମ ଯୋଗୁଁ ତଳ ପୋଖରୀ ର ହୁଡା ଭାଙ୍ଗିଥିବା ଅଭିଯୋଗ ହେଉଛି ଏବଂ ଉପର ପୋଖରୀ ର ନିର୍ମାଣ ରେ ତ୍ରୁଟି ଅଭିଯୋଗ ହେଉଛି । ଜଳ ନିଷ୍କାସନ ହେଉନଥିବାରୁ ରାସ୍ତା ଉପରେ ପାଣି ଜମିଥିବାର ଦେଖିବାକୁ ମିଳିଛି । ବାଲିଗୁଡା ଏନ ଏ ସି ପୋଖରୀ ପୁନଃ ଉଦ୍ଧାର କାର୍ୟ୍ୟରେ କୋଟିଏ ରୁ ଉର୍ଦ୍ଧଟଙ୍କା ବ୍ୟୟ କରିଥିବା ବେଳେ ସରକାରୀ ଟଙ୍କା ପାଣିରେ ପଡିଲାବୋଲି ସାଧାରଣରେ ଚର୍ଚ୍ଚା ଏବେ ଜୋର ଧରିଛି ।