Pratidin TV

Odisha's Digital News Platform

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ଭରିଲେ ମାହାଙ୍ଗାର ତିନି ପ୍ରାର୍ଥୀ ..

1 min read

ନାମାଙ୍କନ ଭରିଛନ୍ତି ମାହାଙ୍ଗାର ୩ ଜଣ ପ୍ରାର୍ଥୀ । ପ୍ରଥମେ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ନାମାଙ୍କନ ଭରିଛନ୍ତି । କଟକ ବେଲଭ୍ୟୁ ଛକରୁ ଶତାଧିକ କଂଗ୍ରେସ କର୍ମୀ ଏବଂ ସମର୍ଥକଙ୍କ ସହ ଆସି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପରେ ପ୍ରତିକ୍ରିୟା ଦେଇ କହିଛନ୍ତି ମାହାଙ୍ଗାରେ ଚାଲିଥିବା ଅନ୍ୟାୟ ଏବଂ ଦୁର୍ନୀତି ବିରୋଧରେ ଲଢେଇ ହେଉଛି । ଦୀର୍ଘ ବର୍ଷ ଧରି ମାହାଙ୍ଗାରେ ଚାଲିଥିବା ଅପରାଧର ଅନ୍ତ ହେବ । ସେହିପରି ବିଜେପିରୁ ଟିକେଟ୍ ନପାଇ ସ୍ବାଧୀନ ଭାବେ ଲଢୁଥିବା ସାରଦା ପ୍ରଧାନ ମଧ୍ଯ ଆଜି ନାମାଙ୍କନ ଭରିଛନ୍ତି ।

କଟକ ଖାନନଗର ଛକରୁ ହଜାର ହଜାର ସମର୍ଥକଙ୍କ ସହ ବିରାଟ ରାଲିରେ ଆସି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାପରେ ପ୍ରତିକ୍ରିୟା ଦେଇ କହିଛନ୍ତି ମାହାଙ୍ଗାବାସୀଙ୍କ ସ୍ବାର୍ଥ ଏବଂ ସ୍ବାଭିମାନ ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହେଇଛନ୍ତି । ମହାଙ୍ଗାବାସୀ ତାଙ୍କ ସହିତ ଅଛନ୍ତି, ଆଗାମୀ ଦିନରେ ଉଚିତ୍ ଜବାବ୍ ଦିଆଯିବ । ଏହା ସହ ସେ ଲକ୍ଷେ ୨୦ ହଜାର ଭୋଟର ସମର୍ଥନ ପାଇବେ ବୋଲି ଦ୍ରୁଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମାହାଙ୍ଗାର ବିଜେପି ପ୍ରାର୍ଥୀ ଭାବେ ପ୍ରଥମ ଥର ନିର୍ବାଚନ ଲଢୁଥିବା ସୁମନ୍ତ ଘଡେଇ ମଧ୍ଯ ଆଜି ନାମାଙ୍କନ ଭରିଛନ୍ତି । ଶହ ଶହ ବିଜେପି କର୍ମୀ ଏବଂ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ମାହାଙ୍ଗାରେ ଚାଲିଥିବା ଅନ୍ୟାୟ, ଅପରାଧ ଏବଂ ଭ୍ରଷ୍ଟାଚାର ବିରୋଧରେ ତାଙ୍କ ଲଢେଇ ହେଉଛି । ନିର୍ବାଚନ ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଲୋକଙ୍କ ସମର୍ଥନ ପାଇବେ ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *