Pratidin TV

Odisha's Digital News Platform

ବୁଲେଟ ଚଳାଇଲେ  ପାଣ୍ଡିଆନ ..

1 min read

ବୁଲେଟ ଚଳାଇଲେ ପାଣ୍ଡିଆନ । ନିଆରା ଢଙ୍ଗରେ ଯୁବପିଢିଙ୍କୁ ବିଜେଡି ର ପ୍ରାସଙ୍ଗିକତା ବୁଝାଇଛନ୍ତି ବିଜେଡି ନେତା ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗତକାଲି ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିଲା ।  ଯେଉଁଥିରେ ମହିଳା ଏବଂ ଯୁବପିଢିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।  ତେବେ ଆଜି ବୁଲେଟ ଚଢି ଏକ ନିଆରା ଢଙ୍ଗରେ ଯୁବପିଢିଙ୍କ ପ୍ରାସଙ୍ଗିକତାକୁ ବୁଝାଇବା ପାଇଁ ଏକ ଭିନ୍ନ ଅନ୍ଦାଜ ରେ ନଜର ଆସିଛନ୍ତି ପାଣ୍ଡିଆନ  । ପାଣ୍ଡିଆନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି   ।

ଭିଡିଓରେ ଦେଖିବାକୁ ମିଳିଛି , ପାଣ୍ଡିଆନ ବୁଲେଟ ଚଳାଇ  କହିଛନ୍ତି  , ନବୀନବାବୁଙ୍କ ସରକାର ଯୁବପିଢିଙ୍କ ସରକାର, ଛାତ୍ରୀଛାତ୍ରଙ୍କ ସରକାର। ନୂଆ ଓ ସ୍କଲାରସିପରେ ପୁଅ ପିଲାଙ୍କ ପାଇଁ ୧୨ହଜାର ଓ ଝିଅ ପିଲାଙ୍କ ପାଇଁ ୧୪ହଜାର କରିଛନ୍ତି। ଯୁବପିଢି ଓ ଛାତ୍ରୀଛାତ୍ରଙ୍କୁ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାର ହେଲେ ସେମାନଙ୍କ ପାଇଁ ବଜେଟ୍‌ରେ ବିଶେଷ ପ୍ୟାକେଜ ରଖାଯିବ ଯାହାକୁ ଯୁବପିଢିଙ୍କ ଇଚ୍ଛାନୁସାରେ କାମରେ ଲାଗିବ ।

Leave a Reply

Your email address will not be published. Required fields are marked *