Pratidin TV

Odisha's Digital News Platform

ଦିନକ ପରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

1 min read

ଆଉ ଗୋଟେ ଦିନ ପରେ ଅର୍ଥାତ ମେ ୧୩ ତାରିଖ ଦିନ ୪ର୍ଥ ପର୍ଯ୍ୟାୟ ପାଇଁ ହେବ ଭୋଟିଂ | ଅନ୍ୟପଟେ ଆଜି ପ୍ରଚାରରସେଵା ଦିନ ହେଇଥିବାରୁ ଜୋରସୋରରେ ପ୍ରଚାର ଲଗାଇଛନ୍ତି ପାର୍ଥୀ | ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ | ଏଥିପାଇଁ ଆଜି ସନ୍ଧ୍ୟାରେ ସରିବ ନେତାଙ୍କ ପ୍ରଚାର |

ସାତ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପାଖେଇ ଆସୁଛି ସମୟ। କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ। ଦିନକ ପରେ ହେବ ମତଦାନ | ଜନସାଧାରଣ ବାଛିବେ ଯୋଗ୍ୟ ନେତା |

Advertisement

ଦକ୍ଷିଣ ଓଡ଼ିଶାରେ ହେବାକୁ ଯାଉଛି ମତଦାନ | ଆସନ୍ତା ସୋମବାର ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ତି ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ | ଅନ୍ୟପଟରେ ମେ ୧୩ ତାରିଖ ଦିନ ୯ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଜମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ଭୋଟିଂ ହେବ । ତେବେ ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଗତକାଲି ଅର୍ଥାତ ମେ ୧0 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଜୋରଦାର ରୋଡ୍‌ ସୋ’ କରିଛନ୍ତି । ଯାହାଫଳରେ ସରଗରମ ହୋଇଛି ରାଜନୈତିକ ମହୋଲ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ। ଗତକାଲି ରୋଡ୍ ସୋ’ ପରେ ଆଜି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ।

Leave a Reply

Your email address will not be published. Required fields are marked *