Pratidin TV

Odisha's Digital News Platform

୨୦ ଦିନରେ ୧୮ଟି ଆସନ ପାଇଁ ପ୍ରଚାର ମାହୋଲ ଗରମ କରିବେ ଅରବିନ୍ଦ କେଜ୍ରିୱାଲ

1 min read

ମେ ୧0 ତାରିଖ ଶୁକ୍ରବାର ଦିନ ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାର ଜେଲରୁ ବାହାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲଙ୍କୁ ଏହି ଜାମିନ ଦିଆଯାଇଛି | ତାଙ୍କୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ମିଳିଛି ଜାମିନ | କେଜ୍ରିୱାଲ ଗତ ୩ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର କରିନଥିଲେ | କିନ୍ତୁ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଇଦାନରେ ହରିୟାଣା ଏବଂ ପଞ୍ଜାଵ ନିର୍ବାଚନ ପାଇଁ ପୂର୍ଣ୍ଣ ଶକ୍ତି ସହ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି |

ତେବେ ପ୍ରଥମ ପର୍ଯ୍ୟାୟ ଆମ ଆଦମୀ ପାର୍ଟି ଆସାମର ସିଟ ଆସନରେ ପ୍ରତିଦ୍ବନ୍ଦିତା କରୁଥିଲେ | ଯେଉଁଥିରେ ଅରବିନ୍ଦ କେଜ୍ରିୱାଲ ପ୍ରଚାର କରିପାରିନଥିଲେ | ୩ୟ ପର୍ଯ୍ୟାୟ ନିର୍ବାଚନରେ ଆମ ଆଦମୀ ପାର୍ଟି ଗୁଜୁରାଟର ୨ ଟି ଆସନରେ ପ୍ରତିଦ୍ବନ୍ଦିତା କରିଥିଲେ | ସେଥିରେ ମଧ୍ୟ କେଜ୍ରିୱାଲ ଜେଲରେ ଥିବା ଯୋଗୁଁ ପ୍ରଚାର କରିନଥିଲେ | ବର୍ତ୍ତମାନ ଏଥର ଆମ ଆଦମୀ ପାର୍ଟି ୪ଟି ଆସନ ପାଇଁ ପ୍ରତିଦ୍ବନ୍ଦିତା କରିଛନ୍ତି | ଏଥର କେଜ୍ରିୱାଲ ମଇଦାନ କୁ ଓହ୍ଲାଇଛନ୍ତି କେଜ୍ରିୱାଲ |

Advertisement

ଏବେ ତାଙ୍କ ପାଖରେ ଦିଲ୍ଲୀ ସହିତ ଅନ୍ୟ କିଛି ରାଜ୍ୟରେ ପ୍ରଚାର କରିବାର ସୁଯୋଗ ରହିଛି। ଦିଲ୍ଲୀ ସହିତ ହରିୟାଣା ଏବଂ ପଞ୍ଜାବ ପାଇଁ ଜୋରଦାର ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି କେଜ୍ରିୱାଲ। ହରିୟାଣାର କୁରୁକ୍ଷେତ୍ର ଆସନ ଓ ପଞ୍ଜାବରେ ନିର୍ବାଚନ ପ୍ରଚାର କରିବେ କେଜ୍ରିୱାଲ। ପଞ୍ଜାବରେ ୧୩ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛି ଆମ ଆଦମୀ ପାର୍ଟି। କେଜ୍ରିୱାଲ ଜେଲରୁ ବାହାରିବା ପରେ ଦଳ ପାଇଁ ପ୍ରଚାର କରିବା ଲାଭଦାୟକ ହୋଇପାରେ। ଦଳ ପକ୍ଷରୁ ମୋଟ ୨୨ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏବେ ୧୮ଟି ସିଟ ହାତେଇବାକୁ ଜୋରଦାର ପ୍ରଚାର କରିବେ ଅରବିନ୍ଦ କେଜ୍ରିୱାଲ |

Leave a Reply

Your email address will not be published. Required fields are marked *