Pratidin TV

Odisha's Digital News Platform

ଘରକୁ ଫେରିଲା ପୁଅ, ଭୁଲ ଭୁଲି କଲାଇ ନେଲା ମା’

1 min read

ଅରବିନ୍ଦ କେଜ୍ରିୱାଲ ତିହାର ଜେଲରୁ ବାହାରି ପ୍ରଥମେ ନିଜ ଘରକୁ ଯାଇଥିଲେ | ସେଠାରେ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ସ୍ୱାଗତ କରିଥିଲେ | ଏହି ସମୟରେ କେଜ୍ରିୱାଲ ତାଙ୍କ ନିଜ ବାପା ମାଙ୍କୁ ଆଲିଙ୍ଗନ କରୁ କରୁ ଭାବପ୍ରବଣ ହଲିଯାଇଥିଲେ | ତାଙ୍କୁକ ଫୁଲମାଳା ସହ ସ୍ୱାଗତ କରାଯାଇଥିଲା | ସେ ମା’ କିଛି ନକହି ବି ଅନେକ କଥା ତାର ବ୍ୟବହାରରୁ କହିଦିଏ | ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ |

ଦୀର୍ଘ ୫0 ଦିନ ପରେ କେଂଜ୍ରିୱାଲଙ୍କୁ ତାଙ୍କ ବାପା ମା ଦେଖି ଭାବପ୍ରବଣ ହୋଇଯାଇଥିଲେ | ଘର ଭିତରକୁ ପାଛୋଟି ନେଲେ ମା | ଏହାର ଏକ ହୋଇଥିଲା ଭିଡ଼ିଓ | ଯାହା ଭାଇରାଲ ହେବାରେ ଲାଗିଛି | ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ, ବଘରର ଦ୍ୱାରରେ ବାପା ମା ଏବଂ ପତ୍ନୀ ସୁନିତା କେଜ୍ରିୱାଲଙ୍କୁ କରିଥିଲେ ଅପେକ୍ଷା | ପ୍ରଥମେ ମା’ ର ପାଦ ଛୁଇଁ ଆଲିଙ୍ଗନ କରିଥିଲେ | ମା’ ପୁଅର କପାଳରେ ତିଳକ ଲଗାଇ କରିଥିଲେ ଆରତୀ ଏବଂ ତାଙ୍କୁ ଫୁଲମାଳ ପିନ୍ଧିଦେଇଥିଲେ | | ପରେ ବାପା ନିଜ ପୁଅକୁ ଆଲିଙ୍ଗନ କରିଥିଲେ | ଏହି ଭାବପ୍ରବଣ ଭରା ଦୃଶ୍ୟର ଭିଡ଼ିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *