ଜେଲ୍ରୁ ବାହାରିବା ପରେ ହନୁମାନଙ୍କ ଶରଣରେ କେଜ୍ରିୱାଲନକସହ ତାଙ୍କ ପତ୍ନୀ ଏବଂ ସାଙ୍ଗରେ ଥିଲେ ଭଗଓ୍ବନ୍ତ ମାନ୍
1 min readଦିଲ୍ଲୀ ମଦ ଦୁର୍ନତି ମାମଲାରେ ମେ ୧0 ତାରିଖରେ ସୁପ୍ରିମକୋର୍ଟଙ୍କ ,ମଧ୍ୟକାଳୀନ ଜାମିନ ପାଇବା ପରେ ଅରବିନ୍ଦ କେଜ୍ରିୱାଲ ଆଜି କନକ ପ୍ଲେସର ହନୁମାନ ମନ୍ଦିରରେ ପହଞ୍ଚିଥିଲେ | ଏହି ସମୟରେ ସେ ପ୍ରାର୍ଥନା କରିଥିଲେ ଏବଂ ହନୁମାନଙ୍କ ଆଗରେ ମୁଣ୍ଡ ନୁଆଁଇଥିଲେ | ସେ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ହନୁମାନଙ୍କ ଆଗରେ ଜୁହାର ହୋଇଥିଲେ |
କେଜ୍ରିୱାଲଙ୍କ ଜେଲରୁ ବାହାରିବା ପରେ ଆପ କାର୍ଯ୍ୟାଳୟରେ ଖୁସି ଭରପୁର ହୋଇଯାଇଛି | ଦିନ ୧ଟାରେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇସାରିଛି | ଆପ କାର୍ଯ୍ୟାଳୟକୁ ଏଲଇଡ଼ି ଲାଇଟ ଦ୍ୱାରା ସୁସଜ୍ଜିତ କରାଯାଇଛି | କେଜ୍ରିୱାଲଙ୍କୁ ସ୍ୱାଗତ ଜଣାଇବା ପାଇଁ ମଂଚ ମଧ୍ୟ ପ୍ରସ୍ତୁତ କରାଯାଇଛି |
ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅରବିନ୍ଦ କେଜ୍ରିୱାଲ ଶନି ମନ୍ଦିର ଏବଂ କନକ ପ୍ଲେସର ଅବସ୍ଥିତ ନବ ଗ୍ରହ ମନ୍ଦିର ଯାଇଥିଲେ | କେଜ୍ରିୱାଲ ନିଜ ସ୍ତ୍ରୀ ସୁନିତା ସହ ଯାଇଥିଲେ ମନ୍ଦିର | ଏବଂ କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ମଧ୍ୟ ଥିଲେ |