Pratidin TV

Odisha's Digital News Platform

କନ୍ଧମାଳରେ କଂଗ୍ରେସ ଉପରେ ମୋଦିଙ୍କ କାଉଣ୍ଟର ଆଟାକ

ଓଡିଶା ମୁହାଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ | ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ ପ୍ରଚାର କରିଛନ୍ତି | ଶୁକ୍ରବାରଦିନ ଭୁବନେଶ୍ୱର ସ୍ଥିତ ମେଗା ରୋଡ଼ ଶୋ କରିବା ପରେ ଆଜି ଫୁଲବାଣୀ, ବଲାଙ୍ଗୀରି ଓ ବଡ଼ଗଡ଼ରେ ଦଳୀୟ ପାର୍ଥୀଙ୍କ ସହ ଭୋଟ ଭିକ୍ଷା କରୁଛନ୍ତି ମୋଦି | ତେବେ କନ୍ଧମାଳରେ ଆୟୋଜିତ ଜନସଭାରେ ଯୋଗ ଦେବାପରେ ପ୍ରଧାମନ୍ତ୍ରୀ କଂଗ୍ରେସକୁ କରିଛନ୍ତି ଟାର୍ଗେଟ |

କନ୍ଧମାଳ ଜନସଭାରେ ମଣି ଶଙ୍କର ଆୟାରଙ୍କ ନାଁ ନେଇ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି | ତେବେ ମଣି ଶଙ୍କର ଆୟାରଙ୍କ ଏକ ପୁରୁଣା ସାକ୍ଷାତକାର ବିଦେଇ ଭାଇରାଲ ହେବା ପତ୍ର ଏ ଏବେ ତାହାକୁ ନେଇ ଚର୍ଚ୍ଚା ହୋଇଥିଲା | ଏବଂ ବର୍ତ୍ତମାନ ମଣି ଶଙ୍କର ଏହି କଥାରେ କନ୍ଧମାଳ ଜନସଭାରେ କଡା ଜବାବ ଦେଇଛନ୍ତି ମୋଦି |

ସୂଚନା ଅନୁୟସରେ ମଣି ଶଙ୍କର ପାକିସ୍ତାନ ବୋମା ବିସ୍ଫୋରଣ କରିଦେବ ବୋଲି କହିଥିଲେ ଏବଂ ଭାରତ ପାକିସ୍ତାନକୁ ସମ୍ମାନ ଦେବା କଥା କହିଥିଲା | ଏହି ମତ ଦେବା ପରେ ସୋସିଆଲ ମିଡିଆରେ ଘୁରି ଘୁରି ବୁଲୁଥିଲା |

ତେବେ ଏହି ମତରେ ପ୍ରଧାନମନ୍ତ୍ରୀ ଜନସଭାରେ କଂଗ୍ରେକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ସର୍ବଦା ଦେଶକୁ ଡ଼ରାଇବାକୁ ଚେଷ୍ଟା ଗକରି ଆସୁଛି | ଲୋକଙ୍କୁ ଡ଼ରାଇବା ପାଇଁ କଂଗ୍ରେସ ସବୁବେଳେ କିଛି ନ କିଛି ବାଟ ଖୋଜୁଥାଏ | ସେ କହିଥିଲେ ଏକ ସମୟ ଥିଲା, ଭାରତ ବିଶ୍ୱରେ ନିଜର ସାମର୍ଥ୍ୟ ଦେଖାଇଥିଲା | ପରମାଣୁ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିଲା | ମାତ୍ର ଅନ୍ୟପଟେ କଂଗ୍ରେସ ଏପରି ପାକିସ୍ତାନ ସପକ୍ଷରେକହି ଦେଶବାସୀଙ୍କୁ ଡରାଉଛି |

ଅନ୍ୟପଟେ କଂଗ୍ରେସ ନେତାମାନେ ଏହି କଥାକୁ ମାନିନାହାନ୍ତି | ସେମାନେ କହିଛନ୍ତି ମଣି ଶଙ୍କର ଏବେ କୌଣସି ସରକାରୀ ପଦବୀରେ ନାହାନ୍ତି ତେଣୁ ତାଙ୍କର ମତ ଏବେ ବ୍ୟକ୍ତିଗତ ଅଟେ | ଏଥିରେ କଂଗ୍ରେସର ହାତ ନାହିଁ |

Leave a Reply

Your email address will not be published. Required fields are marked *