Pratidin TV

Odisha's Digital News Platform

ବାହାଘରରେ କଣ୍ଟା ସାଜିବନି ଆର୍ଥିକ ସଙ୍କଟ , ସରକାର ଦେବେ ୨୫,୦୦୦ ଟଙ୍କା..

1 min read

ଏଣିକି ବାହାଘରରେ କଣ୍ଟା ସାଜିବନି ଆର୍ଥିକ ସଙ୍କଟ । ଯେଉଁ ଗରିବ ପିତାମାତା ସେମାନଙ୍କ ଝିଅ ବାହାଘର କରିପାରୁନାହାନ୍ତି, ସେମାନଙ୍କୁ ସରକାର ଟଙ୍କା ଯୋଗାଇଦେବେ । ଏଭଳି କିଛି ଯୋଜନା କରିଛନ୍ତି ରାଜ୍ୟ ସରକାର । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗରିବ ପରିବାରକୁ ବାହାଘର ପାଇଁ ଟଙ୍କା ଯୋଗାଇଦେବେ ।  

ବିଜୁଜନତା ଦଳର  ଇସ୍ତାହାର  ପ୍ରକାଶ ପାଇଛି । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି ଚାଷୀ  ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା ଯୋଗାଇଦେବେ ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍‍କୁ ଛାଡ଼ କରିଛନ୍ତି । ବି.ଏସ୍‍.କେ.ୱାଇରେ ସାମିଲ ହୋଇନଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଇସ୍ତାହାର ଅନୁଯାୟୀ ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କ ପାଇଁ ୧୪,୦୦୦ ଓ ପୁଅଙ୍କ ପାଇଁ ୧୨,୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି 2034 ସୁଦ୍ଧା ଓଡିଶା 1 ନମ୍ବର ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *