Pratidin TV

Odisha's Digital News Platform

କାଲି ୪ର୍ଥ ପର୍ଯ୍ୟାୟ ଭୋଟ;୧୦ ରାଜ୍ୟର ୯୬ ଆସନରେ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

1 min read

୨୦୨୪ ଲୋକସଭା ନିର୍ବାଚନ ପାଇଁ ୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି | ରାତି ପହିଲେ ୪ର୍ଥ ପଯ୍ୟାୟ ମତଦାନ ଆରମ୍ଭ ହେବ | ମେ ୧୩ ରେ ହେବ ମତଦାନ | ୧୦ ରାଜ୍ଯର ୯୬ ଆସନ ଲାଗି ହେବ ଭୋଟ ।ଦଶଟି ରାଜ୍ୟର ୯୬ ଆସନ ଲାଗି ମଇଦାନରେ ଅଛନ୍ତି ୧ ହଜାର ୭୦୦ରୁ ଅଧିକ ପ୍ରାର୍ଥୀ ।

୯୬ ଆସନ ଲାଗି ମଇଦାନରେ ଅଛନ୍ତି ୧ ହଜାର ୭୦୦ରୁ ଅଧିକ ପ୍ରାର୍ଥୀ । ଆନ୍ଧ୍ରପ୍ରଦେଶର ୨୫ଟି, ବିହାରର ୫ଟି, ଝାଡଖଣ୍ଡର ୪ଟି, ମଧ୍ଯପ୍ରଦେଶର ୮ଟି, ମହାରାଷ୍ଟ୍ରର ୧୧ଟି, ଓଡିଶାର ୪ଟି, ତେଲଙ୍ଗାନାର ୧୭ଟି, ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୮ଟି ଓ ଜାମୁ-କାଶ୍ମୀରର ଗୋଟିଏ ଆସନରେ ହେବ ଭୋଟ । ଉତ୍ତରପ୍ରଦେଶର ଶାହାଜାହାନପୁର, ଖେରୀ, ସୀତାପୁର, ଧୈରାହରା, ହର୍ଦୋଇ, ମିସ୍ରିକ୍, ଉନ୍ନାଓ, ଫାରୁଖାବାଦ, ଇଟାୱା, କ‌ନ୍ନୌଜ, କାନପୁର, ଆକବରପୁର ଏବଂ ବହରାଇଚ୍‌ରେ ମତଦାନ ଅନୁଷ୍ଠିତ ହେବ।

Advertisement

ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର କନୌଜ ଆସନରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ବେଳେ ପଶ୍ଚିମବଙ୍ଗର କୃଷ୍ଣାନଗର ଆସନରୁ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରା ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସେହିଭଳି ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଶତୃଘ୍ନ ସିହ୍ନା, ବିହାରର ବେଗୁସରାଇ ଆସନରୁ ବିଜେପି ନେତା ଗିରିରାଜ ସିଂ, ଝାଡଖଣ୍ଡର ଖୁଣ୍ଟି ଆସନରୁ ବିଜେପି ନେତା ଅର୍ଜୁନ ମୁଣ୍ଡା, ତେଲେଙ୍ଗାନାର ହାଇଦ୍ରାବାଦ ଆସନରୁ ବିଜେପି ନେତ୍ରୀ ମାଧବୀ ଲତା ଓ ଆନ୍ଧ୍ରପ୍ରଦେଶର କଡପ୍ପା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ୱାଇଏସ୍ ଶର୍ମିଲା ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *