Pratidin TV

Odisha's Digital News Platform

ଯାଞ୍ଚ ହେଲା ଖଡ଼ଗେଙ୍କ ହେଲିକପ୍ଟର…ରାଗରେ ବର୍ଷିଲେ କଂଗ୍ରେସ

1 min read

କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲୀକାର୍ଜୁନ ଖଡଗେଙ୍କ ହେଲିକେପ୍ଟରକୁ ଶନିବାର ବିହାରର ସମସ୍ତିପୁର ଓ ମୁଜଫରପୁରରେ ଯାଞ୍ଚ କରାଯାଇଥିଲା | କସଭା ନିର୍ବାଚନ ପାଇଁ ରାଲି କରିବାକୁ ଯାଇଥିବା କଂଗ୍ରେସ ଅଧ୍ୟକ୍ଷଙ୍କ ହେଲିକେପ୍ଟରକୁ ଯାଞ୍ଚ କରାଯାଇଥିଲା | ଏନେଇ ରବିବାର କଂଗ୍ରେସ ଅଭିଯୋଗ ଆଣିଛି |

ଏପରି ଭାବରେ ଖଡ଼ଗେଙ୍କ ହେଲିକେପ୍ଟର ଯାଞ୍ଚ କରିବା ବିଜେପି ଉପରେ ଦୋଷ ଲଦି ଦେଇଛନ୍ତି କଂଗ୍ରେସ | ତେବେ କଂଗ୍ରସ ଅଭିଯୋଗ ଆଣିଛି ଯେ, ନିର୍ବାଚନ ଅଧିକାରୀଙ୍କ ଦ୍ୱାରା କେବଳ ବିରୋଧୀ ଦଳ ନେତାଙ୍କୁ କରୁଛନ୍ତି ଟାର୍ଗେଟ | ଏପରି ଅଭିଯୋଗ ଆଣି କଂଗ୍ରେସ ନେତା ରାଜେଶ ରାଠୋର୍‌ ଦାବି କରିଛନ୍ତି ଯେ, ପ୍ରଥମେ କେରଳରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିଲା ଏବଂ ବିହାରର ସମସ୍ତିପୁରରେ ଦଳର ସଭାପତି ଖଡଗେ ହେଲିକପ୍ଟର ଯାଞ୍ଚ କରାଯାଇଛି ବୋଲି ଅବିଯୋଗ କରିଛନ୍ତି |

ତେବେ କଂଗ୍ରେସ ନେତା ରାଜେଶ ରାଠୋର୍‌ ଏକ ଭିଡ଼ିଓ ଜାରି କରି ପୋଷ୍ଟ କରିଛନ୍ତି | ସେଥିରେ ଦେଖିବାକୁ ମୀଲଇଥିଲା ଯେ, ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତିପୁରରେ ଖଡଗେ ହେଲିକପ୍ଟର ଯାଞ୍ଚକୁ ନେଇ ତଦରାଖ କରୁଛନ୍ତି। ବିଦେଵୋରୀକ ହେଲିକେପ୍ଟର ନିକଟରେ ପଲିସିସହ ଅଧିକାରୀଙ୍କୁ ଯାଞ୍ଚ କରାଯାଉଥିବାର ଦେଖିବାକୁ ମିଳିଥିଲା | ଆଉ ସେ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଥିଲେ ଯେ ଯେପରି କଂଗ୍ରେସ ନେତାଙ୍କ ଯାଞ୍ଚ କରାଯାଉଛି ସେହିପରି ଏନଡିଏର ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ସମାନ ଯାଞ୍ଚ କରାଯାଇଥିଲା କି ନାହିଁ | ନିର୍ବାଚନ କମିଶନ ଏଭଳି ସମସ୍ତ ରେକର୍ଡକୁ ସାର୍ବଜନୀନ କରିବା ଉଚିତ୍ ବୋଲି ସେ ଭିଡ଼ିଓରେ ଦାବି କରିଥିଲେ |

Leave a Reply

Your email address will not be published. Required fields are marked *