Pratidin TV

Odisha's Digital News Platform

ଆରମ୍ଭ ହୋଇଛି ୪ର୍ଥ ପର୍ଯ୍ୟାୟ ମତଦାନ…ଭୋଟ ଦେଉଛି ଭାରତ

ଆଜି ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ | ୧0 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୯୬ ଆସନରେ ଚାଲିଛି ଭୋଟିଂ | ୧୭୧୭ ଜଣ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି | ଏହପାଇଁ ୧ ଲକ୍ଷ ୯୨ ହଜାର ମତଦାନ କେନ୍ଦ୍ରର କରାଯାଇଛି ବ୍ୟବସ୍ଥା | ଏହି ପର୍ଯ୍ୟାୟରେ ଜାତୀୟ ରାଜନୀତିର ଅନେକ ଚିହ୍ନା ଚେହେରାଙ୍କା ଭାଗ୍ୟ ପରଖିବେ ଭୋଟର ।

ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ତେଲେଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ ଏବଂ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ସଂସଦୀୟ କ୍ଷେତ୍ରରେ ହେଉଛି ଭୋଟ ଗ୍ରହଣ । ଏଥିସହ ବିହାରର ୫, ଝାଡ଼ଖଣ୍ଡର ୪, ଓଡ଼ିଶାର ୪ ଏବଂ ଜମ୍ମୁକଶ୍ମୀରର ଗୋଟିଏ ଆସନରେ ମତଦାନ କରୁଛନ୍ତି ଜନତା । ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର ୧୭୫, ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ହେଉଛି ଭୋଟିଂ |

ତେବେ ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର କନୌଜ ଆସନରୁ ସମାଜବାଦୀ ମୁଖିଆ ଅଖିଳେଶ ଯାଦବ, ହାଇଦ୍ରାବାଦରୁ ଏମଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱେସି, ପଶ୍ଚିମବଙ୍ଗ ବାହରମପୁର ଆସନରୁ କଂଗ୍ରେସ ନେତର ଅଧିର ରଞ୍ଜନ ଚୌଧୁରୀ, କ୍ରିଷ୍ଣାନଗର ଆସନରୁ ଟିଏମସି ନେତ୍ରୀ ମହୁଆ ମୋଇତ୍ରା, ବିହାର ବେଗୁସରାଇରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଆନ୍ଧ୍ର କଡ୍ଡପା ଆସନରୁ ମୈଦାନକୁ ଓହ୍ଲାଇଛନ୍ତି ୱାଇଏସ ଶର୍ମିଲା ।

Leave a Reply

Your email address will not be published. Required fields are marked *