ଇଭିଏମର ଯାନ୍ତ୍ରୀକ ତ୍ରୁଟି ପାଇଁ ବିଳମ୍ବରେ ମତଦାନ !
1 min readଆଜି ଓଡ଼ିଶାରେ ପ୍ରଥମ ତଥା ଭାରତର ୪ର୍ଥ ପର୍ଯ୍ୟାୟ ନିର୍ବାଚନ | ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା | ଆଗାମୀ ୫ ବର୍ଷ ପାଇଁ ନୂଆ ପ୍ରତିନିଧି ବାଛୁଛନ୍ତି ଭୋଟର | ଆଜି ସକାଳ ୭ଟାରୁ ଭୋଟିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ |
ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ପର୍ଯ୍ୟାୟରେ ୪ଟି ଲୋକସଭା, ୨୮ଇ ବିଧାନସଭା ଆସନ ପାଇଁ ଦିଆଯାଉଛି ଭୋଟ | ତେବେ କୋରାପୁଟ ୧୩୯ ନଂ ବୁଥରେ ମତଦାନ ବିଳମ୍ବ ହୋଇଛି | EVM ମେସିନ ଅଚଳ ଯୋଗୁଁ ଆରମ୍ଭ ହୋଇନି ମତଦାନ ପକ୍ରିୟା | ଉପସ୍ଥିତ ଅଧିକାରୀମାନେ ଏନେଇ ତତ୍ପରତାର ସହିତ ପଦକ୍ଷେପ ଗ୍ରହଣ କରିଛନ୍ତି | କୋରାପୁଟ ଜିଲ୍ଲାପାଳ ଏବଂ ତାଙ୍କ ପତ୍ନୀ ଭୋଟ ଦେବାକୁ ଅପେକ୍ଷା କରିଛନ୍ତି । ମେସିନ ଅଚଳ ଯୋଗୁ ଲୋକେ ଲାଇନରେ ଅପେକ୍ଷା କରିଛନ୍ତି ।