Pratidin TV

Odisha's Digital News Platform

ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ଦେଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ..

1 min read

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାନ ପର୍ବ । ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ।ପ୍ରଥମ ପର୍ଯ୍ୟାୟ ରାଜ୍ୟର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ ।ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରୁଛନ୍ତି । ଏହି କ୍ରମରେ ବ୍ରହ୍ମପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୭ ବିଧାନସଭା ଆସନରେ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ବୁଥରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ଏହାରି ମଧ୍ୟରେ ଭୋଟ ଦେଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ।

ନିଜ ଗ୍ରାମ ସିନ୍ଧି ସ୍ଥିତ ବୁଥରେ ପହଞ୍ଚି ସେ ଓ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ମତଦାନ କରିଛନ୍ତି । ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରଦୀପ ବିଜେଡି ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଲୋକେ ବିଜେଡିକୁ ରାଜ୍ୟରୁ ବିତାଡିତ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ନିଯୁକ୍ତି ଠାରୁ ଆରମ୍ଭ ଚିଟଫଣ୍ଡ ଓ ଖଣି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ତେଣୁ ଲୋକେ ବିଜେପିକୁ ଭୋଟ ଦେବାକୁ ସ୍ଥିର କରିଛନ୍ତି । ବିଜେପି ନିଶ୍ଚୟ ଜିତିବ ଏବଂ ଜୁନ ୧୦ ତାରିଖରେ ନିଶ୍ଚୟ ଓଡ଼ିଶାରେ ବିଜେପି ସରକାର ଶପଥ ନେବ ବୋଲି କହିଛନ୍ତି । ଏହାସହିତ ତାଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ମଧ୍ୟ କହିଛନ୍ତି ପ୍ରଦୀପ ପ୍ରାଣିଗ୍ରାହୀ ପୁଣିଥରେ ଵିପୁଳ ସଂଖ୍ୟାରେ ବିଜୟ ଲାଭ କରିବେ ।

Advertisement

Leave a Reply

Your email address will not be published. Required fields are marked *