Pratidin TV

Odisha's Digital News Platform

ଖୁବଶୀଘ୍ର ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି , କୋର୍ଟ ଜାରିକଲା NBW…

1 min read

ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ସମସ୍ୟା ହୁଏତ ପିଛା ଛାଡ଼ିବାର ନା’ ନେଉନି । ରାଜନୈତିକ ଜୀବନ ଗୋଲକ ଧନ୍ଦା ନଛିଣ୍ଡୁଣୁୁ, ବ୍ୟକ୍ତିଗତ ଜୀବନରେ ପୁଣି ମାଡ଼ି ଆସିଛି ଆଉ ଏକ ଅଡ଼ୁଆ । ବର୍ତ୍ତମାନ ଅନୁଭବଙ୍କ ନାଁରେ ଗିରଫ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି (MP, MLA) କୋର୍ଟ(NBW) । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ତାଙ୍କ ନାଁରେ NBWଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି ।

ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ । ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBWଜାରି କରିଛନ୍ତି କୋର୍ଟ ।୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ଆଜି ଏହି ସୂଚନା ଦେଇଛନ୍ତି । ଏନେଇ ଅନୁଭବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ ।

Advertisement

Leave a Reply

Your email address will not be published. Required fields are marked *