Pratidin TV

Odisha's Digital News Platform

ପ୍ରକାଶ ପାଇଲା CBSE ରେଜଲ୍ଟ,, ବାଜି ମାରିନେଲେ ଛାତ୍ରୀ

1 min read

ପ୍ରକାଶ ପାଇଲା CBSE ବୋର୍ଡ ରେଜଲ୍ଟ | ଚଳିତ ବର୍ଷ ୮୭.୯୮ % ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି | ସବୁଥର ପରି ଏଥର ମଧ୍ୟ ବାଜି ମାରିଛନ୍ତି ଛାତ୍ରୀ | ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ୬.୪୦% ଅଧିକ ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କରିଛି |

ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ଛାତ୍ର ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ହାଜର ହୋଇଛନ୍ତି। ଛାତ୍ରୀଙ୍କ ପାସ ହାର ୯୧.୫୨ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୮୫.୧୨ ପ୍ରତିଶତ ରହିଛି | ସମସ୍ତ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଫଳାଫଳ CBSE ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ ପ୍ରକାଶ ପାଇଛି |

Advertisement

ସିବିଏସଇ ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି `କେରଳର ତ୍ରିଭେନ୍ଦ୍ରମରେ ୯୯.୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ୍ ହାର ୯୯.୦୪ ପ୍ରତିଶତ ଅଛି। ତୃତୀୟ ସ୍ଥାନରେ ଚେନ୍ନାଇ ଥିବାବେଳେ ଚତୁର୍ଥରେ ରହିଛି ବେଙ୍ଗାଲୁରୁ |

Leave a Reply

Your email address will not be published. Required fields are marked *