Pratidin TV

Odisha's Digital News Platform

ଆଉ ଜେଲ୍ ଯିବାକୁ ପଡ଼ିବ ନାହିଁ ! କିଛି ଏପରି କହି ମୋତି ନଗର ରୋଡ଼ ଶୋରେ ଲୋକଙ୍କୁ କଲେ ଅପିଲ-କେଜ୍ରିୱାଲ

1 min read

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ରୁ ଅନ୍ତରୀଣ ଜାମିନ ପାଇବା ପରେ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି | ତେବେ ରବିବାର ନୂଆଦିଲ୍ଲୀ ଲୋକସଭା ସିଟ୍ ପାଇଁ ମୋତି ନଗରରେ ରୋଡ୍ ସୋ କରିଛନ୍ତି । କେଜ୍ରିୱାଲ ରବିବାର ଦିନ ରୋଡ଼ ଶୋ ସମୟରେ ଜେଲ ଯିବାକୁ ପଡିବ ନାହିଁ ବୋଲି କିଛି କହିଥିଲେ |

ତେବେ ରବିବାରନ ଦିନ ନୂଆଦିଲ୍ଲୀ ଲୋକସଭା ସିଟ ପାଇଁ ମୋଟୀ ନଗରରେ ରୋଡ଼ ଶୋ କରୁଥିଲେ | ସେହି ସମୟରେ ସେ ଜନସାଧାରଣଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ | ଏବଂ କହିଥିଲେ ଆପଣଙ୍କ ଭଲ ପାଇବା ଏବଂ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଅଗଣାରେ ଠିଆ ହୋଇପାରିଛି | ତେବେ ଏବେ ଚର୍ଚ୍ଚା ସୃଷ୍ଟି କରିଛି |

Advertisement

ସେ ରୋଡ଼ ଶୋରେ କହିଥିଲେ, ୨0 ଦିନ ପରେ ମୋତେ ଜେଲ ଫେରିବାକୁ ପଡିବ ନାହିଁ | ଯଦି ଆପଣମାନେ ଝାଡୁ ଚିହ୍ନକୁ ଭୋଟ ଦେବେ, ତାହେଲେ ମୋତେ ଆଉ ଜେଲ ଯିବାକୁ ପଡିବ ନାହିଁ | କେଜ୍ରିୱାଲ ଆହୁରି ରୋଡ଼ ଶୋ ରେ କହିଥିଲେ, ମୁଁ ଆପଣ ମାନଙ୍କ ପାଇଁ କାମ କରୁଛି ବୋଲି ସେମାନେ ମୋତେ ଜେଲରେ ପଠାଇ ଦେଇଛନ୍ତି |

ସେଏହାକୁ ବିସ୍ତାର କରି କହିଥିଲେ, ଦିଲ୍ଲୀ-ଏନସିଆର ପାଇଁ ସ୍କୁଲ ତିଆରି କରିବା ମୋ ଭୁଲ | ମୁଁ ଆପଣମାନଙ୍କ ପାଇଁ କାମ କରୁଥିବାରୁ ସେମାନେ ମୋତେ ଗିରଫ କରିଛନ୍ତି | ସେ ଆହୁରି କହିଥିଲେ ଯେ ତାଙ୍କୁ ଜେଲ ଭିତରେ ଦୀର୍ଘ ୧୫ ଦିନ କାଳ ପର୍ଯ୍ୟନ୍ତ ଇନ୍ସୁଲିନ ମିଳିନଥିଲା | ମୁଁ ଲୋକଙ୍କ ପାଇଁ ମାଗଣା ଔଷଧ କରିଥିଲେ ହେଲେ ମୁଁ ଜେଲରେ ରହିବାସମୟରେ ମୋତେ ମିଳିଲା ନାହିଁ ଔଷଧ |

ଶେଷରେ କହିଥିଲେ ଯଦି ମୁଁ ଜେଲ ପଳାଇଯିବି ତେବେ ବିଜେପି ଆପଣଙ୍କ କାମ ବନ୍ଦ କରିଦେବ | ମାଗଣା ସ୍କୁଲ, ମାଗଣା ଔଷଧ, ହସ୍ପିଟାଲ ସବୁ ବନ୍ଦ କରିଦେବ |

Leave a Reply

Your email address will not be published. Required fields are marked *