Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

1 min read

କେଜ୍ରିୱାଲଙ୍କ ପାଇଁ ବଡ ଖୁସି ଖବର | ମୁଖ୍ୟମନ୍ତ୍ରୀ ପଦ ଛାଡିବାରେ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ | ମଦ ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟଙ୍କ ଗିରଫଦାରୀ କାରଣରୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପଦ ଓ ପଦବୀରୁ ହଟାଇବାକୁ ସୁପ୍ରିମକୋର୍ଟ ସୋମବାର ଅର୍ଥାତ ମେ ୧୩ ତାରିଖ ଦିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପନକର ଦତ୍ତଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଆବେଦନକୁ ଖାରଜ କରିବା ପାଇଁ କୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହଁନ୍ତି।

ତେବେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଓଇଛି ଯେ, କେଜ୍ରିୱାଲ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁନାହାନ୍ତି | କେଜ୍ରିୱାଲ ଜେଲରେ ରହିବ କାରଣରୁ ବହୁ ଗୁରୁତ୍ୱପୂର୍ଣ୍ଣ କାମ ପ୍ରଭାବିତ ହେଉଛି | ଯାହାପରେ ପଦରୁ ଇସ୍ତଫା ଦେବା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା | ଏହାକୁ ଦେଖିବା ଏଲଜିଙ୍କ ଅଧୀନରେ ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଥିଲେ କି ଏହି ପଦବୀରୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବ ନାହିଁ |

Advertisement

Leave a Reply

Your email address will not be published. Required fields are marked *