Pratidin TV

Odisha's Digital News Platform

ପ୍ରଥମ ଥର ଗୋଟିଏ ଷ୍ଟେଜରେ ଧର୍ମେନ୍ଦ୍ର, ଅପରାଜିତା, ପ୍ରତାପ, ବୈଜୟନ୍ତ ଓ ମନମୋହନ ସାମଲ ..

1 min read

ଆଜି ରାଜ୍ୟ ବିଜେପିର ବରିଷ୍ଠ ନେତା ମାନେ ପ୍ରଥମ ଥର ଏକାଠି ମିଶି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗକୁ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଡଙ୍ଗୀ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ। ଏହି ସାମ୍ବାଦିକ ସମ୍ମିଳନୀ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ସେ କହିଛନ୍ତି ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଥିବା ବିଜେଡି ବାରମ୍ବାର କହୁଛି। ହେଲେ ବିଜେପି ସବୁବେଳେ ବିକାଶର ରାଜନୀତି କରିଛି। ବିକାଶଳମୂଳକ କାମକୁ କେବେ ବିଜେପି ବିରୋଧ କରିନି। କିନ୍ତୁ କାମ କରିବାର ତରିକାକୁ ବିରୋଧ କରିଛି ବିଜେପି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମୋତେ ବିଜେଡି ଅତି ନୀଚ୍ଚା କରି ଦେଖାଉଛି। ଏଥିରେ ମୁଁ ବହୁତ ଖୁସି।

Advertisement

ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ନବୀନ ପଟ୍ଟନାୟକଙ୍କର ଯେତେବେଳେ ବି ଭିଡ଼ିଓ ଗୁଡିକୁ ପୋଷ୍ଟ କରାଯାଉଛି ଅଧିକାଂଶ ଭିଡ଼ିଓ ନିଜର ନୁହେଁ। ନୀରିକ୍ଷଣ କରାଗଲେ ଦେଖାଯାଉଛି ନବୀନଙ୍କର ଅଧିକାଂଶ ଭିଡ଼ିଓ ଡିପଫେକ୍‌‌। ଏହାକୁ ଏଆଇ ଦ୍ୱାରା କରାଯାଉଛି। ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ଉପରେ ବର୍ଷିଛନ୍ତି। ବିଜେଡି ବିଭିନ୍ନ କଥା କହି ଓଡ଼ିଶାର ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଭଳି ଦ୍ୱନ୍ଦ୍ୱରେ ପଡି ଶେଷରେ ଲୋକେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି।

Leave a Reply

Your email address will not be published. Required fields are marked *