Pratidin TV

Odisha's Digital News Platform

ଭୋଟ ଦେଉଛି ଓଡିଶା , ଦିନ ୩ଟା ସୁଦ୍ଧା ୫୨.୯୧% ଭୋଟର କଲେ ମତଦାନ …

1 min read

ଭୋଟ ଦେଉଛି ଓଡିଶା , ନେତା ବାଛୁଛନ୍ତି ନେତା । ରାଜ୍ୟରେ 4 ଲୋକସଭା କ୍ଷେତ୍ରରେ ଚାଲିଥିବା ସୁରୁଖୁରୁରେ ମତଦାନ ଚାଲିଛି । ଅପରାହ୍ଣ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୫୮.୨୫ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡିରେ ୫୭.୯୧ ପ୍ରତିଶତ, ନବରଙ୍ଗପୁରରେ ୫୬.୭୬ ପ୍ରତିଶତ, କୋରାପୁଟରେ ୫୩.୨୭ ପ୍ରତିଶତ, ମାଲକାନଗିରିରେ ୫୩.୬୪ ପ୍ରତିଶତ, ରାୟଗଡାରେ ୫୩.୬୦ ପ୍ରତିଶତ, ଗଜପତିରେ ୪୫.୨୯ ପ୍ରତିଶତ ଓ ବ୍ରହ୍ମପୁରରେ ୪୪.୩୯ ପ୍ରତିଶତ ଭୋଟର ଦେଇଛନ୍ତି ଭୋଟ୍ । ସବୁଠୁ ସବୁଠାରୁ କମ୍ ମତଦାନ ବ୍ରହ୍ମପୁରରେ ହୋଇଛି ।

ସେପଟେ କୋଟିଆରେ ରେକର୍ଡ ସଂଖ୍ୟକ ମତଦାନ । କୋଟିଆ ପଞ୍ଚାୟତରେ ମତଦାନ ପାଇଁ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।ସହରାଞ୍ଚଳ ଲୋକେ ମତଦାନ ପ୍ରକ୍ରିୟାରେ ସାମିଲ ଦେବାକୁ ସେ ଅନୁରୋଧ କରିଛନ୍ତି । ଏହାସହିତ ନିର୍ବାଚନ ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସରଙ୍କୁ ସସପେଣ୍ଡ କରାଯାଇଛି ।ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର ସସ୍‌‌ପେଣ୍ଡ୍‌‌ । ହେଲେ ଅନ୍ୟସ୍ଥାନରେ ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଛି । ଅନ୍ୟପଟେ ଏକ ଫେକ ନ୍ୟୁଜ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହା ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *