Pratidin TV

Odisha's Digital News Platform

ବିକଶିତ ସମ୍ବଲପୁର’ ପାଇଁ ୩ ସୂତ୍ରୀ ଫର୍ମୁଲା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ..

1 min read

୨୦୪୭”ର କଳ୍ପନା କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବଲପୁରକୁ ଆଗକୁ ନେବା ପାଇଁ ତିନିସୂତ୍ରୀ ଫର୍ମୁଲା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରର ବ୍ରାଣ୍ଡେଡ୍, ପର୍ଯ୍ୟାପ୍ତ ପ୍ରତିଭା ଏବଂ ଭବିଷ୍ୟତଗାମୀ ଦୃଷ୍ଟିଭଙ୍ଗୀ ଦ୍ୱାରା ସମ୍ବଲପୁର ଆଗାମୀ ଦିନରେ ଅଗ୍ରଣୀ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବିକଶିତ ଭାରତ ଓ ବିକଶିତ ସମ୍ବଲପୁରକୁ ନେଇ ନିଜର ସ୍ୱପ୍ନ ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୩ ବର୍ଷ ପରେ ଅପାର ସମ୍ଭାବନାର ଅଞ୍ଚଳ ସମ୍ବଲପୁରରେ ଐତିହ୍ୟ, ଜୀବନଜୀବିକା, ଜ୍ଞାନର ପ୍ରଣାଳୀ, ଅର୍ଥନୀତି କଣ ହେବ, ଏହା ଉପରେ ଆମକୁ ଭାବିବା ପାଇଁ ପଡିବ । କେବଳ ଭାବିଲେ ହେବ ନାହିଁ, ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବା ପାଇଁ ପଡିବ । ଜଣେ ଲୋକ ଦାୟିତ୍ୱ ନେଲେ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରୁହେ । ତେଣୁ କେବଳ ଦାବି କଲେ ହେବ ନାହିଁ ବ୍ୟକ୍ତିଗତ ସ୍ତରରେ ସମାଧାନର ରାସ୍ତା ବାହାର କରିବା ପାଇଁ ପଡିବ । ମୋର ସ୍ୱପ୍ନ କଣ, ମୋର ଦାୟିତ୍ୱ କଣ ଏବଂ ତା’ ପାଇଁ କଣ କାମ କରିବା ଦରକାର, ଏହା ଉପରେ ଦୃଷ୍ଟି ଦେବାକୁ ହେବ ।

କଳା, ସଂସ୍କୃତିର ସହର ସମ୍ବଲପୁର ଏକ ବ୍ରାଣ୍ଡେଡ୍ ସହର । ଏଥିପାଇଁ ଏହାର ସବୁ ବିଷୟକୁ ଗୁରୁତ୍ୱ ଦେବାକୁ ପଡିବ । ଏଠାରେ ପ୍ରତିଭାମାନ ଯୁବଶକ୍ତି ଓ ଲୋକମାନେ ଅଛନ୍ତି । ତେଣୁ ଭବିଷ୍ୟତଗାମୀ ଦୃଷ୍ଟିକୋଣରେ ଆମେ ଜିଲ୍ଲାକୁ ଆଗକୁ ନେଇପାରିବା । ଏହା ହେଲେ ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ସମ୍ବଲପୁର ଦେଶର ଶ୍ରେଷ୍ଠ ୫୦ ସହର ମଧ୍ୟରେ ଆଗରେ ରହିବ । ଏଥିପାଇଁ ଆଗାମୀ ଆଧୁନିକ ଦୁନିଆର ନୂଆ ବା ଆଧୁନିକ ଅର୍ଥନୀତି ସହ ସମ୍ବଲପୁରକୁ ଯୋଡିବା ପାଇଁ ପଡିବ । ସମ୍ବଲପୁରକୁ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ହେବ । ଆଗାମୀ ଦିନରେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ସମ୍ବଲପୁର ଏକ ଅଗ୍ରଣୀ ଅଞ୍ଚଳ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Advertisement

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ସମ୍ବଲପୁର ଭିଏସଏସ ଷ୍ଟାଡିୟମରେ ‘ସମ୍ବଲପୁର ଜିଲ୍ଲା ବୋଲିଂ ଆସୋସିଏସନ’ ତରଫରୁ ଆୟୋଜିତ ଲନ୍ ବଲ୍ ସମ୍ମର କୋଚିଙ୍ଗ କ୍ୟାମ୍ପରେ ଯୁବ କ୍ରୀଡାବିତ ମାନଙ୍କୁ ଭେଟିଛନ୍ତି । କ୍ରୀଡାବିତଙ୍କ ସହିତ ଫୁଲବଲ୍ ଖେଳିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଜିଲ୍ଲାରେ ଲନ୍ ବଲର ଲୋକପ୍ରିୟତା ବଢିଥିବା ବେଳେ ଏହି ଖେଳ ଅନ୍ତରାଷ୍ଟୀୟ ମାନ୍ୟତା ପାଇଛି । ଖେଳ, ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଭରେ । ଶୃଙ୍ଖଳା ଓ ସକରାତ୍ମକ ଚିନ୍ତାଧାରା ଦେଇଥାଏ । ସମ୍ବଲପୁରରେ ଲନ୍ ବଲ୍ ସମେତ ଫୁଟବଲ, କ୍ରିକେଟ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କବାଡି; ଆଥଲେଟିକ୍ସ ସମେତ ସବୁ ଖେଳକୁ ପ୍ରୋତ୍ସାହନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *