Pratidin TV

Odisha's Digital News Platform

ନାମାଙ୍କନ ଭରିଲେ ମାହାଙ୍ଗାର ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା

1 min read

ଆଜି ନାମାଙ୍କନ ଭରିଲେ ମାହାଙ୍ଗାର ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ବାପା ପ୍ରତାପ ଜେନାଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଙ୍କିତ । ଏହା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଗତକାଲି ବିଳମ୍ବରେ ଆସିବାରୁ ଶୁଭ ମୁହୂର୍ତ୍ତ ଗଡିଯାଇଥିଲା । ତେଣୁ ନାମାଙ୍କନ ଦାଖଲ କରିପାରିନଥିଲେ ।

ଆଜି ନାମାଙ୍କନ ଦାଖଲ କରି ଖୁସି ପ୍ରକାଶ କରିଛନ୍ତି ଅଙ୍କିତ୍। ଏହା ସହ ନବୀନ ପଟ୍ଟନାୟକ ନେତୃତ୍ବରେ ମାହାଙ୍ଗାରେ ତାଙ୍କ ବାପା କରିଥିବା ବିକାଶ କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ସହ ସମର୍ଥନ ଲୋଡୁଛନ୍ତି । ପ୍ରଥମ ଥର ନିର୍ବାଚନ ଲଢୁଥିବାରୁ ଉତ୍ସାହିତ ଥିବା କହିଛନ୍ତି ଅଙ୍କିତ୍ । ମାହାଙ୍ଗାରେ କୌଣସି ସରକାର ବିରୋଧୀ ହାଓ୍ବା ନାହିଁ, ବିରୋଧୀଙ୍କ ପରିବର୍ତ୍ତନର ନାରା ଏବଂ ମୋଦୀଙ୍କ ଗ୍ୟାରେଣ୍ଟିର କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ଅଙ୍କିତ୍ । ସେହିପରି ମାହାଙ୍ଗାରେ ବିଜେଡି ଏକପାଖିଆ ବିଜୟୀ ହେବ ବୋଲି କହିଛନ୍ତି ବିଧାୟକ ପ୍ରତାପ ଜେନା ।

Advertisement

Leave a Reply

Your email address will not be published. Required fields are marked *