Pratidin TV

Odisha's Digital News Platform

ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଦୁର୍ଘଟଣା, ପ୍ରିଜାଇଡିଂ ଅଫିସର ମୃତ …..

1 min read

ନୂଆପଡ଼ା, ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣା । ନୂଆପଡ଼ା ୩୫୩ ଜାତୀୟ ରାଜପଥ ତରବୋଡ ନିକଟରେ କାର ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ଘଟିଛି । ମୃତ ପ୍ରିଜାଇଡିଂ ଅଫିସର ପ୍ରସନ୍ନ କୁମାର ନାଏକ ବୋଲି ଜଣାପଡ଼ିଛି।

ସେ ଗତକାଲି ଖଡ଼ିଆଳ ବ୍ଲକ ରାନିମୁଣ୍ଡା ୧୮୪ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଭାବରେ କାର୍ଯ୍ୟ ସାରି ଇଭିଏମ ସହ ସମସ୍ତ ଦସ୍ତାବିଜ ନୂଆପଡ଼ାରେ ଛାଡି ଏକ ମୋଟର ସାଇକେଲ ଯୋଗେ ଖଡ଼ିଆଳ ପ୍ରତ୍ୟାବର୍ତ୍ତନ କରୁଥିଲେ।

Advertisement

ଏହି ସମୟରେ ସାମ୍ନା ପଟୁ ତାଙ୍କୁ ଏକ କାର ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ପଡିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ମୁଖ୍ୟ ଡ଼ାକ୍ତରଖାନାକୁ ପଠାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତରଙ୍କ ପକ୍ଷୁରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *