Pratidin TV

Odisha's Digital News Platform

ଅନ୍ତିମ ଦିନରେ ସରିଲା ପ୍ରାର୍ଥୀଙ୍କ ନାମାଙ୍କନ ..

1 min read

୨୦୨୪ସାଧାରଣ ନିର୍ବାଚନ ନିମନ୍ତେ ଯାଜପୁର ଲୋକସଭା ଓ ସାତ ବିଧାନସଭା ପାଇଁ ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଏହି ପରି ପ୍ରେକ୍ଷୀରେ ଚଳିତ ମାସ ସାତ ତାରିଖରୁ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ସେମାନଙ୍କର ପ୍ରାର୍ଥୀପତ୍ର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲକରିଛନ୍ତି । ଅନ୍ତିମ ଦିନରେ ଯାଜପୁର ବିଧାନସଭା ଆସନ ନିମନ୍ତେ ବିଜେଡ଼ି ପକ୍ଷରୁ ପ୍ରାଥୀନି ସୁଜାତା ସାହୁ, ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାଥୀ ସ୍ମୃତି ରେଖା ପହି, ବିଂଝାରପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାଥୀ ବବିତା ମଲ୍ଲିକ ବରୀରୁ ସ୍ୱାଧୀନ ପ୍ରାର୍ଥୀ ନିମାଇଁ ରାୟ , ଆପ ଓ ଅନ୍ୟାନ୍ୟ ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ପ୍ରତ୍ୟକ ପ୍ରାର୍ଥୀ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ଥିବା ଧାର୍ମିକ ପୀଠରୁ ପୂଜାର୍ଚନା କରି ସମର୍ଥଙ୍କ ଗହଣରେ ଶୋଭାଯାତ୍ରାରରେ ଆସି ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କର ପ୍ରାର୍ଥୀ ପତ୍ର ରିଟର୍ନିଙ୍ଗ ଅଫିସର ନିକଟରେ ଦାଖଲ କରିଥିଲେ । ଅନ୍ତିମ ଦିନ ସୁଦ୍ଧା ସମୁଦାୟ ୬୫ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *