Pratidin TV

Odisha's Digital News Platform

ମେଡିକାଲରେ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ , ଆଶୁ ଆରୋଗ୍ୟ କାମନାକଲେ ମୁଖ୍ୟମନ୍ତ୍ରୀ ..

1 min read

ପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସମାଜିକ ଗଣମାଧ୍ୟମ ରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଘରୋଇ ମେଡିକାଲରେ କରାଯାଇ ଚିକିତ୍ସିତ ହେଉଛନ୍ତି। ପଦ୍ମଶ୍ରୀ ହରିପାଲଙ୍କ ପରିସ୍ରାନଳୀରେ ସଂକ୍ରମଣ ହୋଇଥିବା ଜଣାପଡିଛି ।

ଏହାସହ ଆସନ୍ତାକାଲି ହାର୍ଣ୍ଣିଆ ଅପରେସନ୍‌ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲଙ୍କ ଅସୁସ୍ଥତା ଖବର ପାଇ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଲୋକପ୍ରିୟ ଗାୟକ ଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହ ଆଶୁଆରୋଗ୍ୟ କାମନା କରୁଛି। ଏକ ଡାକ୍ତରୀ ଟିମ୍‌ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି।

Leave a Reply

Your email address will not be published. Required fields are marked *