ପରିଚୟର ଅପବ୍ୟବହାର ନେଇ ଚିନ୍ତାରେ ଜ୍ୟାକି ଶ୍ରଫ, ପହଞ୍ଚିଲେ ଦିଲ୍ଲୀ ହାଇକୋର୍ଟ
1 min readବଲିଉଡଶ୍ରେଷ୍ଠ ଅଭିନେତା ଜ୍ୟାକି ଶ୍ରଫ ତାଙ୍କ ଭିନ୍ନ ଶୈଳୀ ପାଇଁ ବେଶ ଜଣାଶୁଣା | ତାଙ୍କ ଷ୍ଟାଇଲ ଓ କଥାବାର୍ତ୍ତାଶୈଳୀ ଯାହା ତାଙ୍କ ଅନ୍ୟ ଅଭିନେତାଙ୍କ ଠାରୁ ଭିନ୍ନ କରିଥାଏ | ଯେବେ ମଧ୍ୟ ଯକି କାହା ସହ କଥା ହୁଅନ୍ତି ସେ ନିଶ୍ଚିତ ଭାବେ ଭିଡୁ ଶବ୍ଦର ବ୍ୟବହାର କରିଥାନ୍ତି | ଜ୍ୟାକି ଶ୍ରଫଙ୍କୁ ଏହି ଶବ୍ଦ ବ୍ୟବହାର କରିବା ଏବଂ ତାକୁ ନକଲ କରିବାକୁ ଭଲ ପାଇଥାନ୍ତି |
ତେବେ ବର୍ତ୍ତମାନ ଅଭିନେତା ସେହି ଲୋକଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | ଜ୍ୟାକି ଶ୍ରଫ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି | ସେ ନିଜର ଏବଂ ବ୍ୟକ୍ତିଗତ ତଥା ପ୍ରଚାର ଅଧିକାର ସୁରକ୍ଷା ଦାବି କରିଛନ୍ତି | ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, ସ୍ୱର ଏବଂ ଭିଡୁ ଶବ୍ଦ ବ୍ୟବହାର କରୁଥିବା ସଂସ୍ଥା ବିରୋଧରେ ଜ୍ୟାକି ଶ୍ରଫ ଏକ ମକଦ୍ଦମା ଦାୟର କରିଛନ୍ତି |
ସେ କହିଛନ୍ତି ଯେ, ସୋସିଆଲ ମିଡ଼ିଆ ଏବଂ AI ଆପ ବ୍ୟତୀତ ଅନ୍ୟ କୌଣସି ପ୍ଲାଟଫର୍ମରେ ତାଙ୍କର ସ୍ୱର କିମ୍ୱା ଫଟୋ ସହ ଜଡିତ ଜିନିଷ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି | ଏଥିସହ ଏହାକୁ ଯଦି କେବେ କେହି ବ୍ୟବହାର କରିବାକୁ ଚାହେଁ ଅଭିନେତା ଜ୍ୟାକି ଶ୍ରଫଙ୍କ ଠାରୁ ଅନୁମତି ନେବା ଉଚିତ ବୋଲି କୋର୍ଟରେ ଦାବି କରିଛନ୍ତି | ତେବେ ଏହି ମାମଲାର ଶୁଣାଣି ମେ ୧୫ ତଥା ଆଜି ହେବ |