Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ମୋଦିଙ୍କ ଇନକମ ! ଜାଣନ୍ତୁ କେତେ ରହିଛି ସମ୍ପତ୍ତି ?

1 min read

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଗତକାଲି ଅର୍ଥାତ ମେ ୧୪ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ତେବେ ସେ ୩ୟ ଥର ପାଇଁ ବାରଣାସରୁ ନାମାଙ୍କନ ଭରିଛନ୍ତି | ତାହା ସହ ସେ ନିଜ ସମ୍ପତିର ତାଲିକା ଅଫେଡ଼େଫିଟ ଦେଇଛନ୍ତି | ମୋଦିଙ୍କ ପାଖରେ ଅଛି ମୋଟ ନଗଦ ୫୨ ହଜାର ୯୨୦ ଟଙ୍କା ଅଛି।

ତେବେ ମୋଦିଙ୍କ ଗୋଟେ ବ୍ୟାଙ୍କ ଆକାଉଣ୍ଟରେ ତଥା ଗାନ୍ଧୀ ନଗର ଷ୍ଟେଟ ବ୍ୟାଙ୍କରେ ଅଛି ୭୩ ହଜାର ୩0୪ ଟଙ୍କା ଏବଂ ଅନ୍ୟ ଏକ ବାରଣାସୀ ବ୍ୟାଙ୍କ ଆକାଉଣ୍ଟରେ ଅଛି ୭ ହଜାର ଟଙ୍କା | କେବଳ ଏତିକି ନୁହେଁ ତାଙ୍କର ଫିକ୍ସ ଡିପୋଜିଟ ମଧ୍ୟ ରହିଛି | ଷ୍ଟେଟ ବ୍ୟାଙ୍କରେ ୨ କୋଟି ୮୫ ଲକ୍ଷ ୬0 ହଜାର ୩୩୮ ଟଙ୍କା ରହିଛି ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ |

ପ୍ରଧାନମନ୍ତ୍ରୀ ଗତ ୫ ବର୍ଷର ଆୟ ଉପରେ ଦେଇଛନ୍ତି ସର୍ବଶେଷ ସୂଚନା | ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି। ସେହିପରି ୨୦୨୧-୨୨ରେ ୧୫ ଲକ୍ଷ ୪୧ ହଜାର ୮୭୦ ଏବଂ ୨୦୨୨-୨୩ରେ ୨୩ ଲକ୍ଷ ୫୬ ହଜାର ୮୦ ଟଙ୍କା ଆୟ ହୋଇଥିବା ମୋଦି ସୂଚନା ଦେଇଛନ୍ତି।

ତେବେ ତଦନ୍ତ ଅନୁସାରେ ଗତ ୨0୧୪ ମସିହାରେ ନିର୍ବାଚନ ସମୟରେ ୧ କୋଟି ୬୫ ଲକ୍ଷ ଟଙ୍କା ସମ୍ପତ୍ତି ଥିବା ସମୟରେ ୨0୧୯ ମସିହାରେ ତାହା ବୃଦ୍ଧି ହୋଇ ୨ କୋଟି ୧୫ ଲକ୍ଷ ଟଙ୍କା ହୋଇଥିଲା | ଏବଂ ଚଳିତ ବର୍ଷରେ ୩ କୋଟି ୨ ଲକ୍ଷ ଟଙ୍କା ମୋଟ ସମ୍ପତ୍ତି ଅଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି |

Leave a Reply

Your email address will not be published. Required fields are marked *