Pratidin TV

Odisha's Digital News Platform

ମୋଦିଙ୍କ ଗସ୍ତବେଳେ ଡ୍ରୋନ୍ ମନା , ଆଡଭାଇଜରି ଜାରୀ କଲା ପୋଲିସ୍ ..

1 min read

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡ଼ାଇପାରିବେ ନାହିଁ ଡ୍ରୋନ୍ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଡ଼ଭାଇଜରୀ ଜାରି କରିଛି ପୋଲିସ । ମୋଦୀଙ୍କ ରୋଡ ଶୋ’ ସମୟରେ ଡ୍ରୋନ୍, ବେଲୁନ୍, ଗୁ଼ଡ଼ି ଏବଂ ରିମୋଟ୍ କଣ୍ଟ୍ରୋଲ୍ ମାଇକ୍ରୋଲାଇଟ୍ ଉଡାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ମୁମ୍ବାଇ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରି ସୂଚନା ଅନୁସାରେ ଭିକ୍ରୋଲି, କଞ୍ଜୁରମର୍ଗ, ପାର୍କସାଇଟ, ଘାଟକୋପର, ପନ୍ତନଗର, ତିଲକନଗର, ଚେମ୍ବୁର, ଚୁନ୍ନାବତୀ, ବି.କେ. ପାର୍କ କ୍ଷେତ୍ରଗୁଡିକ ଏହି ପ୍ରତିବନ୍ଧକ ଲଗାଯାଇଛି । ଏହା ୧୭ ମେ ରାତି ପର‌୍ୟ୍ୟନ୍ତ ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ମଇ ପର‌୍ୟ୍ୟନ୍ତ ମହାରାଷ୍ଟ୍ର ଗସ୍ତରେ ରହିବେ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *