Pratidin TV

Odisha's Digital News Platform

ସେଲୁନରେ ବସି ଦାଢ଼ି କାଟିଲେ ରାହୁଲ ଗାନ୍ଧୀ , ସୋସିଆଲ ଫଟୋ ସେୟାର କରି ଲେଖିଲେ ଏମିତି..

1 min read

କମ୍ପୁଛି ମୈଦାନ । ଭୋଟ୍ ମାଗୁଛନ୍ତି ନେତା । ତେବେ ଏହାରି ମଧ୍ୟରେ ଭାଇରଲ ହୋଇଛି ଏକ ଫଟୋ  । ଯାହା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି ।ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ  ସେୟାର କରି ରାହୁଲ ଲେଖିଛନ୍ତି ନିର୍ବାଚନ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି କିନ୍ତୁ କେଶ କାଟିବା ମଧ୍ୟ ଆବଶ୍ୟକ। ର୍ନିବାଚନ ଯେତେ ଜରୁରୀ  ନିଜର ଯତ୍ନ ସେତେ ଜରୁରୀ ।  ଯାହା ଏବେ ଖୁବ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲିରେ ଥିବା ଏକ ସ୍ଥାନୀୟ ସେଲୁନକୁ ଯାଇ ଦାଢ଼ି କାଟିଛନ୍ତି। କଂଗ୍ରେସ ନେତା ୨୦୨୪ ଲୋକସଭା ନିର୍ବାଚନରେ କେରଳର ୱାୟନାଡ଼ ସହ ଉତ୍ତରପ୍ରଦେଶର ରାଏବରେଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି। ରାଏବରେଲି ଗସ୍ତ ସମୟରେ ରାହୁଲ ଗାନ୍ଧୀ ମେ ୧୩ ତାରିଖରେ ଏକ ରାଲିକୁ ସମ୍ବୋଧିତ କରିଥିଲେ, ଯାହା କି ନାମାଙ୍କନପତ୍ର ଦାଖଲ ପରେ ଏହି ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରଥମ ସାର୍ବଜନୀନ ଭାଷଣ ଥିଲା। ରାଲିରେ ତାଙ୍କ ବିବାହ ଯୋଜନା ବିଷୟରେ ପଚରାଯିବାରୁ ସେ ଖୁବ୍‌ଶୀଘ୍ର ଏହା ହେବ ବୋଲି ପ୍ରଶ୍ନକର୍ତ୍ତାଙ୍କୁ ଆଶ୍ୱାସନା ଦେଇ ହିନ୍ଦୀରେ କହିଥିଲେ, ‘ଅବ୍ ଜଲଦି କରନୀ ପଡେଗି’  । ତେବେ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ଫଟୋ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

Leave a Reply

Your email address will not be published. Required fields are marked *