Pratidin TV

Odisha's Digital News Platform

ଏଥର ଘରେ ବସି ଭୋଟ ଦେବେ ବୟସ୍କ ଓ ଦିବ୍ୟାଙ୍ଗ , ଯିବାକୁ ପଡି଼ବନି ମତଦାନ କେନ୍ଦ୍ର ।

1 min read

ଏଥର ନିର୍ବାଚନରେ ସମସ୍ତଙ୍କୁ ମିଳିବ ନାଗରିକତାର ଅଧିକାର । ବୋଟ ଦେଇ ନେତା ବାଚିବେ ଜନତା । ଭୋଟ ଦେବା ପାଇଁ ଯିବାକୁ ପଡି଼ବନି ମତଦାନ କେନ୍ଦ୍ର । ଘରକୁ ଆସିବେ ପୁଲିଂ ଅଧିକାରୀ । ଦିବ୍ୟାଙ୍ଗ ଏବଂ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ।
ଏଣିକି ମତଦାନ କେନ୍ଦ୍ର ନୁହଁ , ଆପଣ ଘରେ ବସି ଦେଇପାରିବେ ଭୋଟ । ଆଉ ଭୋଟ ସଂଗ୍ରହ ପାଇଁ ଘରେ ପହଞ୍ଚିବେ ପୁଲିଂ ଅଧିକାରୀ । ବାଲାଟ ପେପର ସହ ସିଲ ବକ୍ସ ଧରି ପୁଲିଂ ଅଧିକାରୀ ପହଞ୍ଚିବେ ଆପଣଙ୍କ ଘରେ । ଆଉ ଘରୁ ସଂଗ୍ରହ ହେବ ଭୋଟ ।

ତେବେ ପ୍ରଥମ ଏହି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ଡ. ଶୃତି ମହାପାତ୍ର ଙ୍କ ଠାରୁ ଆରମ୍ଭ ହୋଇଛି । ଇଭିଏମ ନୁହଁ ବାଲାଟ ପେପରରେ ସଂଗ୍ରହ ହେବ ଭୋଟ । ବାଲାଟ ପେପରରେ ଭୋଟରମାନେ କିପରି ଭୋଟ ଦେବେ ସେନେଇ ପ୍ରଥମେ ବୁଝାଇ ଦେଉଛନ୍ତି ପୁଲିଂ ଅଧିକାରୀ । ପ୍ରଥମେ ସାଂସଦ ପାଇଁ ଓ ଏହା ପରେ ବିଧାୟକଙ୍କ ପାଇଁ ଦେବେ ଭୋଟ ।

Advertisement

ବିଗତ ଦିନରେ ଭୋଟ ଦେବା ପାଇଁ ବହୁ ସମସ୍ୟା ହେଉଥିଲା ବୋଲି କହିଛନ୍ତି ଶୃତି ମହାପାତ୍ର । କିନ୍ତୁ ଭୋଟ ଦେବାର ଏହି ନୂଆ ବ୍ୟବସ୍ଥା ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ବହୁ ସହାୟକ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *