Pratidin TV

Odisha's Digital News Platform

ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଭରସା ନାହିଁ : ଅପରାଜିତା ଷଡ଼ଙ୍ଗୀ..

1 min read

ସାଲିଆ ସାହିରେ ହେମାମାଳୀନିଙ୍କ ସହ ବିଜୟ ସଂକଳ ସମାବେଶରେ ଯୋଗ ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।ସେ କହିଛନ୍ତି, ‘ବିଜେଡି ସରକାର ବସ୍ତିବାସିନ୍ଦାକୁ ମିଛ ପଟା ବାଣ୍ଟିଛନ୍ତି । ବସ୍ତିରେ ରାଜ୍ୟ ସରକାର ବାରମ୍ବାର ପଟା ବଣ୍ଟନ କରୁଥିବା ଦେଖାଯାଉଛି । ପଟା ତ ଥରେ ଦିଆଯାଏ, ଏତେ ଥର ସମାନ ଲୋକଙ୍କୁ କାହିଁକି ଦିଆଯାଉଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଦିଆଯାଉଥିବା ପଟା ଦେଖିବା ପରେ ଜଣାପଡ଼ିଲା, ତାହା ଅସଲି ନୁହେଁ ।

ପଟାରେ ପ୍ଲଟ ନମ୍ବର କି ଖାତା ନମ୍ବର ନାହିଁ, ସେଇଟି ଫଲ୍‌ସ ପଟା । ଲୋକଙ୍କୁ ଫଲ୍‌ସ ପଟା ବାଣ୍ଟି ଭୁଆଁ ବୁଲାଇଛି ବିଜେଡି ସରକାର ।ରାଜ୍ୟରେ ବିଜେପି ସରକାର ଆସିଲେ ୬ଶହ ବର୍ଗଫୁଟର ଅସଲି ପଟା ଦିଆଯିବ । ଏହାସହ ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ନଥିଲେ ।ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ।’ ଏମିତି କିଛି କହି ମୁଖ୍ୟମନ୍ତ୍ରୀଙ୍କ ଗତକାଲି ରୋଡ ଶୋ ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ।

Advertisement

ହିସାବ ଦେଖିଲେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା । ଅର୍ଥାତ ଦିନକୁ ମାତ୍ର ୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି । ସୁଭଦ୍ରା ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ । ଆମେ ୫୦ ହଜାର ନେବା ନା ୫୪ ପଇସା ନେବା ବେଲି ଜନସାଧାରଣଙ୍କୁ ପଚାରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Leave a Reply

Your email address will not be published. Required fields are marked *