Pratidin TV

Odisha's Digital News Platform

ଭୃଗୁ ବକ୍ସିପାତ୍ରଙ୍କ ରତ୍ନଭଣ୍ଡାର ନେଇ ବୟାନ, BJP ସହଯୋଗ ନାହିଁ ହେଲ ବାଧା ଦେବାର ଧୁରନ୍ଧର

1 min read

ରାଜନୀତି କର, କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ନାଁ ରେ ରାଜନୀତି କରନାହିଁ | ଏପରି ବିଜେପିକୁ ପରାମର୍ଶ ଦେଇଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର | ସେ କହିଛନ୍ତି କି- ଏଥର ବିଜେଡିର ବଡ ବିଜୟ ଓ ବିଜେପିର ବଡ ପରାଜୟ | ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏକଥା ସ୍ପଷ୍ଟ ହୋଇଛି | ବିଜେପି ବାରମ୍ବାର ହାରିବା ଯୋଗୁଁ ଭୟଭୀତ ହୋଇଯାଇଛି ଦଳ | ସେଥିପାଇଁ ଓଡିଶା ଉପରେ ଜ୍ଞାନ ନଥାଇ ବିଜେପି ନେତା ମନ୍ତବ୍ୟ ଦେଉଛନ୍ତି |

ଭୃଗୁ ବକ୍ସିପାତ୍ର ଆହୁରି କହିଛନ୍ତି ଯେ, ଓଡିଶା ପାଇଁ ବିଜେପିର କୌଣସି ସହଯୋଗ ନାହିଁ | ପ୍ରତି ବିକାଶରେ ବଡ ସୃଷ୍ଟି କରିବା ବିଜେପି ନେତାଙ୍କ କାମ | ନିଜେ କିଛି କରିବେ ନାହିଁ ଏବଂ ଆଉ କାହାକୁ ମଧ୍ୟ କାମ କରିବାକୁ ଦେବେ ନାହିଁ |

ସେ ଆହୁରି କହିଛନ୍ତି, ପ୍ରଚାରକୁ ନୂଆ ଦିଗ ଦେଇ ରତ୍ନ ଭଣ୍ଡାର କଥା ଉଠାଉଛନ୍ତି ବିଜେପି ନେତା | ରତ୍ନଭଣ୍ଡାର କହି ପୂର୍ବରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ | କିନ୍ତୁ ସେତେବେଳେ ମଧ୍ୟ କିଛି ଶିଖିପାରିଲେ ନାହିଁ | ଏବେ ମଧ୍ୟ କିଛି ନୂଆ ନ ମିଳିବା ଯୋଗୁଁ ପୁଣି ପୁରୁଣା ସ୍କ୍ରିପ୍ଟ ପଢୁଛନ୍ତି | । ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ସରିବ । ବିଚାରପତିଙ୍କ ତତ୍ତ୍ୱାବଧାନରେ ସବୁ କଥା ହେବ ।ପ୍ରଭୁଙ୍କ ବିଷୟରେ କହି ରାଜନୀତି କକରୁଥିବାରୁ ବିଜେପିର ହେଉଛି ପରାଜୟ |

Leave a Reply

Your email address will not be published. Required fields are marked *