Pratidin TV

Odisha's Digital News Platform

ମତଦାନ ପୂର୍ବରୁ ଘରେ ରହି ଭୋଟ ଦେଲେ ହମିଦ ଅଂସାରୀ, ମୁରଲି ମନୋହର ଯୋଶୀ, ମନମୋହନ ସିଂ..

1 min read

ଦିଲ୍ଲୀର ୭ ଲୋକ ସଭା ଆସନ ପାଇଁ ଆସନ୍ତା ୨୫ରେ ଅନୁଷ୍ଠିତ ହେବ ଭୋଟ । ଏହି ଗଣତନ୍ତ୍ରର ମହାପର୍ବରେ ସାଧାରଣ ଲୋକଙ୍କୁ ସାମିଲ କରିବା ପାଇଁ ନିର୍ବାଚନ ଆୟୋଗ ନିରନ୍ତର ପ୍ରୟାସ କରୁଛନ୍ତି । ଏହି ସମୟରେ ଦେଶର ବହୁ ବରିଷ୍ଠ ନେତା ନିଜ ଘରୁ ଭୋଟ ଦେଇଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ମୁରଲି ମନୋହର ଯୋଶୀ ନୂଆଦିଲ୍ଲୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଘରେ ରହି ଭୋଟ ଦେବାର ସୁବିଧା ପାଇଛନ୍ତି ।

ପ୍ରଥମ ଦିନରେ ଘରେ ରହି ଭୋଟ ଦେବାର ପ୍ରକ୍ରିୟା ଆରମ୍ଭ ହେବା ପରେ ୧୪୮୨ ଭୋଟର ନିଜ ଘରୁ ମତଦାନ କରିଛନ୍ତି । ପ୍ରଥମ ଦିନରେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀ ଏହି ପଦକ୍ଷେପର ଗୁରୁତ୍ୱ ଏବଂ ଗ୍ରହଣୀୟତା ଉପରେ ଆଲୋକପାତ କରିଥିଲେ । ଦିଲ୍ଲୀରେ ୫୪୦୬ ବରିଷ୍ଠ ଭୋଟର ଘରେ ରହି ଭୋଟ ଦେବାକୁ ଫର୍ମ ପୂରଣ କରିଛନ୍ତି । ହୋମ ଭୋଟିଂ ସୁବିଧା , ୮୫ ବର୍ଷରୁ ଅଧିକ ବୟସର ଭୋଟର ତଥା ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ଆରମ୍ଭ ହୋଇଛି । ଏହା ମେ ୨୪ ପ ର୍ଯ୍ୟନ୍ତ ଉପଲବ୍ଧ ।

Advertisement

Leave a Reply

Your email address will not be published. Required fields are marked *