ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆଶ୍ୱସ୍ତି କଲା ଭଳି ଆକଳନ : ଓଡିଶା କୁ ନାହିଁ ବାତ୍ୟା ଭୟ
1 min readବାତ୍ୟାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ଥିବା ବେଳେ ଆଜି ଏନେଇ ପାଣି ପାଗ ବିଭାଗ ପକ୍ଷରୁ ବଡ ଅପଡେଟ ସାମ୍ନାକୁ ଆସିଛି । ବାତ୍ୟା ନେଇ କୌଣସି ଆକଳନ କରାଯାଇ ନଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବା ବେଳେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ। ତେବେ ୨୨ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଏବେ ଭୟ କରିବାର କିଛି ନାହିଁ। ଏ ପର୍ଯ୍ୟନ୍ତ ଆମେ (ଆଇଏମ୍ଡି) ବାତ୍ୟା ନେଇ କୌଣସି ଆକଳନ କରିନି। ଏବେ ଲଘୁଚାପ ମଧ୍ୟ ସୃଷ୍ଟି ହୋଇନାହିଁ। ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡିଶାର ଅନେକ ଅଂଶ ବଜ୍ରପାତର କାର୍ଯ୍ୟକଳାପ ଅନୁଭବ କରିବେ। ଓଡିଶାର କିଛି ଅଂଶ ମେ ୨୫ ରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମହାନ୍ତି କହିଛନ୍ତି, “ଏହା ବାତ୍ୟା ଆସିବାର ମାସ ହୋଇଥିବାରୁ ଆମେ ବିକାଶ ଉପରେ ତୀକ୍ଷ୍ଣ ନଜର ରଖିଛୁ। ଯେକୌଣସି ସୂଚନା ପାଇବା କ୍ଷଣି ଆମେ ଆମର ପୂର୍ବାନୁମାନ ଜାରି କରିବୁ।”