Pratidin TV

Odisha's Digital News Platform

ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍କୁଟି ଶୋଭାଯାତ୍ରା

1 min read

ସ୍ୱାମୀଙ୍କ ପାଇଁ ଏବେ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ତ୍ରୀ | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ନିଜେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି | ସମ୍ବଲପୁର ସମଲେଇ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ଏହି ସ୍କୁଟି ଶୋଭାଯାତ୍ରାରେ ଶତାଧିକ ମହିଳା ମୋର୍ଚ୍ଚାର ସଭ୍ୟମାନେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ଲୋଡିଛନ୍ତି |

ତେବେ ଏହି ସ୍କୁଟି ଶୋଭାଯାତ୍ରାଟି ସମଲେଇ ମନ୍ଦିରଠାରୁ ଆରମ୍ଭ ହୋଇ କୁଂଜନପଡା ଛକ ସାଳ ସଡକ ପର୍ଶୁରାମ ଛକ, ଶକ୍ତି ଛକ ଆଉ ବିଭିନ୍ନ ଛକରେ ଯାଇ ବୁଢ଼ାରଜ phd ପିଡ଼ିଆରେ ଶୋଭାଯାତ୍ରା ହୋଇଥିଲା ଶେଷ | ଏହି ଅବସରେ ଶ୍ରୀମତୀ ମୃଦୁଳା ଠାକୁର ପ୍ରଧାନ କହିଥିଲେ ମୋଦି ସରକାରଙ୍କ ପକ୍ଷରୁ ମହିଳାଙ୍କ ପାଇଁ କରାଯାଇଥିବା ଜନକଲ୍ୟାଣକାରୀ ଯୋଜନାରେ ଲାଭ ପାଇଥିବା ମହିଳାମାନେ ମୋଦିଙ୍କ ଅବ କି ବାର ୪00 ପାର ଲକ୍ଷକୁ ସମର୍ଥନ କରିବା ସହ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଏହି ସ୍କୁଟି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି | ଏବଂ ଆହୁରି ମଧ୍ୟ କହିଥିଲେ ମହିଳାମାନଙ୍କ ସମର୍ଥନ ମୋଦିଜୀଙ୍କ ସହ ବିଜେପି ସହିତ ରହିଛି | ଏଥିପାଇଁ କେନ୍ଦ୍ରରେ ମୋଦି ସରକାର ଗଠନ ହେବା ସହ ଓଡ଼ିଶାରେ ଚଳିତ ବର୍ଷ ଡବଲ ଇଞ୍ଜିନ ସରକାର ଗଠନ ହେବ |

Advertisement

Leave a Reply

Your email address will not be published. Required fields are marked *