Pratidin TV

Odisha's Digital News Platform

ଆସିଲା ଧମେନ୍ଦ୍ରଙ୍କ ଶବ ବ୍ୟବିଛେଦ ରିପୋର୍ଟ , ଶେଷରେ ମୁହଁ ଖୋଲିଲେ ସମୀର

ଭୁବନେଶ୍ୱର : ପୁରୀ ଜିଲ୍ଲା ନିମାପଡା ନିର୍ବାଚନମଣ୍ଡଳୀର ୧୧ନଂ ଜୋନ ବିଜେଡି ଜିଲ୍ଲା ପରିଷଦର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢିବାକୁ ଲାଗୁଥିବା ବେଳେ ସୋମବାର ତାଙ୍କର ଶବବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ବ୍ୟବିଚ୍ଛେଦ ରିପୋର୍ଟ ଅନୁଯାୟୀ ଧମେନ୍ଦ୍ରଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଛି ।ଏହାସହ ଧମେନ୍ଦ୍ରଙ୍କ ଶରୀରରେ ଅନ୍ୟ କୌଣସି ସ୍ଥାନରେ କିଛି ଆଘାତ ନଥିବା ମଧ୍ୟ ଉଲ୍ଲେଖ ଅଛି ରିପୋର୍ଟରେ । ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଝୁଲନ୍ତା ଆତ୍ମହତ୍ୟା ଯୋଗୁ ହୋଇଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସେ ଆଉ ମଧ୍ୟ କହିଛନ୍ତି ଯେ ଏହା ଏକ ପ୍ରକାରର ଆଣ୍ଟିମୋର୍ଟମ ଡେଥ୍ କେସ୍ ଅର୍ଥାତ୍ ଜୀବନ୍ତ ଅବସ୍ଥାରେ ଫାଶି ଲଗାଇ ମୃତ୍ୟୁ ଘଟିଛି ।

ତେବେ ଏହି ଘଟଣାଟିରେ ବିରୋଧିଦଳର ନେତା ପ୍ରଭାତୀ ପରିଡା ସିଧାସଳଖ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଟାର୍ଗେଟ କରିଥିଲେ । ପ୍ରଭାତୀ ଆଉ ମଧ୍ୟ କହିଥିଲେ ଯେ ଧର୍ମେନ୍ଦ୍ର ସାହୁଙ୍କ ଘରେ ଉଠିଥିବା ପାରିବାରିକ ଝଡ଼ର କେନ୍ଦ୍ରବିନ୍ଦୁ ମନ୍ତ୍ରୀ ସମୀର ଦାଶ । ଘଟଣାର ୨ ଦିନ ପରେ ଆଜି ଧମେନ୍ଦ୍ରଙ୍କ ଶବବ୍ୟାବିଚ୍ଛେଦ ରିପୋର୍ଟ ଆସିବା ପରେ ,ମୁହଁ ଖୋଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ । ଆଜି ସେ କହିଛନ୍ତି ଯେ ମୁଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ବହୁ ଦୁଖିତ । ଧର୍ମେନ୍ଦ୍ର ମୋ ଜିଲ୍ଲା ପରିଷଦ ଜୋନ୍ର ସଭ୍ୟ ଥିବାରୁ ଏ ଘଟଣା ନେଇ ମୁଁ ମର୍ମାହତ । ବାକି ବିବାଦ କଣ ମୁଁ ଜାଣିନି, ପରିବାର ପକ୍ଷରୁ ତ କିଛି ଅଭିଯୋଗ ଆସିନି। ବିରୋଧୀ ଦଳଙ୍କ କଥାରେ ଉତ୍ତର ଦେବା ଉଚିତ ମନେ କରୁନି ।

ତେବେ ୨୪ ସେପ୍ଟେମ୍ବର ଶନିବାର ଦିନ ଧମେନ୍ଦଙ୍କ ମୃତଦେହ ଭୁବନେଶ୍ୱରର ଶିଶୁପାଳଗଡସ୍ଥିତ ତାଙ୍କ ବାସଭବନ ବାଲକୋନିରୁ ମିଳିଥିଲା । ମୃତ୍ୟୁର କିଛି ସମୟ ପୂର୍ବରୁ ଧମେନ୍ଦ୍ର ଫେସବୁକ୍ ରେ ଏକ ପୋଷ୍ଟ କରିଥିଲେ । ସେଥିରେ ଉଲ୍ଲେଖଥିଲା ଯେ ମୋ ଫୋନରେ ୨ଟି ଭିଡିଓ ଅଛି , ତାକୁ ଲୋକଲୋଚନକୁ ଆଣିବେ । ଏହିସବୁ ଘଟଣା ପରେ ପୋଲିସ ରବିବାର ଦିନ ସନ୍ଧାନୀ କୁକୁର ସହାୟତାରେ ବହୁ ଖୋଜାଖୋଜି କରି ଘରଠାରୁ ୧୦୦ ମିଟର ଦୂରରେ ଏକ ବିଲରୁ ତାଙ୍କର ୨ଟି ଫୋନକୁ ଜବତ କରିଥିଲା । ଯାହାକି ସେଠାରେ ସୁଇଚ୍ ଅଫ୍ ଅବସ୍ଥାରେ ପାଇଥିଲା ପୋଲିସ । ଉକ୍ତ ୨ଟି ଯାକ ଫୋନକୁ ଫରେନସିକ ଟେଷ୍ଟ ନିମନ୍ତେ ଲ୍ୟାବକୁ ପଠାଯାଇଥିବା ଜଣାପଡିଛି । ତେବେ ଧମେନ୍ଦ୍ରଙ୍କ ଫୋନରେ ଏପରି କି ଭିଡିଓ ଅଛି ଯାହା ବର୍ତ୍ତମାନ ଯାଏ ଲୋକଲୋଚନକୁ ଅଣାଯାଇପାରୁନି । ବା କାହା ବିରୁଦ୍ଧରେ ଅଛି ସେହି ଭିଡିଓ ଯାହାକୁ ପ୍ରଶାସନ ବାହରକୁ ଆଣିବାକୁ ଚାହୁଁନି । ଏପରି କୁଡାଏ ପ୍ରଶ୍ନ ଉଙ୍କି ମାରିବା ସହ ବଢାଇଚାଲିଛି ଧର୍ମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ ।

Leave a Reply

Your email address will not be published. Required fields are marked *