Pratidin TV

Odisha's Digital News Platform

ଇବ୍ରାହିମ ରଇସିଙ୍କ ପରେ , ମୁଖବେର ହେଲେ  ଇରାନ୍‌ର କାମଚଳା ରାଷ୍ଟ୍ରପତି ..

1 min read

ବିମାନ ଦୁର୍ଘଟଣାରେ ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମୁଖବେର ହେଲେ  ଇରାନ୍‌ର କାମଚଳା ରାଷ୍ଟ୍ରପତି  । ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ। ତାଙ୍କୁ ଏହି ଦାୟିତ୍ୱ   ଇରାନ୍‌ର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତି ଦେଇଛନ୍ତି। ରବିବାର ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାର କିଭଳି ହେଲା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଇରାନରେ ୫ ଦିନିଆ ଶୋକ ଘୋଷଣା ହୋଇଛି।ଗତକାଲି ହେଲିକପ୍ଟର ଦୁର୍ଘଟଣା ପରେ ନିଖୋଜ ଥିବା ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍‌ ଆମିର ଅବ୍‌ଦୁଲ୍ଲାଇନ୍‌ଙ୍କ ମୃତଦେହକୁ ଆଜି ଠାବ କରାଯାଇଛି। ମୃତଦେହ ମିଳିବା ପରେ ଇରାନରେ ଶୋକର ଛାୟା ଖେଳି ଯାଇଛି।ରଇସିଙ୍କ ପରଲୋକରେ ଖାମନେଇ ଦେଶରେ ୫ ଦିନିଆ ଶୋକ ଦିବସ ଘୋଷଣା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *