Pratidin TV

Odisha's Digital News Platform

କରଞ୍ଜିଆ ଉନ୍ନତି ବଖାଣିଲେ କାର୍ତ୍ତିକ , କହିଲେ ୨୦ ବର୍ଷ ତଳେ ଜିଲ୍ଲାପାଳ ଥିଲି ଜଙ୍ଗଲ ଦେଇ ଯାଉଥିଲି ।

କରଞ୍ଜିଆରେ ପହଞ୍ଚି କାର୍ତ୍ତିକ ବଖାଣିଲେ କରଞ୍ଜିଆର ଉନ୍ନତି । ଆଉ ଆଦିବାସୀଙ୍କ ଭାଷା ସଂସ୍କୃତି କଳା ପୂଜା ସ୍ଥଳି ଜାଗିରା ଇତ୍ୟାଦି ପାଇଁ ସ୍ୱତନ୍ତ୍ର ଉନ୍ନତି ହୋଇଛି । ୨୦ ବର୍ଷ ତଳେ ଠିକ୍ ଏହି ଜାଗାରେ ଜିଲ୍ଲାପାଳ ଥିଲେ କାର୍ତ୍ତିକ । କହିଲେ ସେଦିନର କଥା , କିପରି ଆଗରୁ ଜଙ୍ଗଲ ଦେଇ ଯାଉଥିଲେ ।

ଆଉ ଏବେ ଚକାଚକ ରାସ୍ତା , ଆଦିବାସୀ ଝିଅଙ୍କ ପାଇଁ ସ୍କୁଲ କଲେଜ ସରକାରୀ ଚାକିରୀରେ ସ୍ୱତନ୍ତ୍ର ବ୍ୟବସ୍ଥା । ଆଉ ସେମାନଙ୍କ ପାଇଁ ଷ୍ଟାଇପେଣ୍ଡ ମଧ୍ୟ ବଢାଇଛନ୍ତି ନବୀନ ବାବୁ । ଆଦିବାସୀଙ୍କ ଉନ୍ନତି ପାଇଁ ୨୪ ଘଣ୍ଟା କାମ କରୁଛନ୍ତି ନବୀନ ବାବୁ ବୋଲି କହିଛନ୍ତି କାର୍ତ୍ତିକ । ଆଉ ଏଥର ନବୀନ ଆସିଲେ ଆଦିବାସୀଙ୍କ ଉପରୁ ୫୦ ହଜାର କେସ୍ ଉଠାଯିବ ।

Leave a Reply

Your email address will not be published. Required fields are marked *