Pratidin TV

Odisha's Digital News Platform

ଖୋର୍ଦ୍ଧାରେ ପାଣ୍ଡିଆନ ଙ୍କ ପ୍ରଚାର , ଖୋଲିଲେ ଅପରାଜିତାଙ୍କ ରିପୋର୍ଟ କାର୍ଡ ଗୁମର ..

ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବାବେଳେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ବୁଧବାର ଖୋର୍ଦ୍ଧାରେ ପ୍ରଚାର କରିଛନ୍ତି। ସ୍ଥାନୀୟ ହାବେଳି ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ଲାଗି ଯୋଡ଼ି ଶଙ୍ଖରେ ଭୋଟ ଦେବା ସହିତ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବିଜେଡି ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଥିଲେ।

ଏହା ସହିତ ବିଜେଡିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ ଯୋଗଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡକୁ କଡ଼ା ସମାଲୋଚନା କରିଥିଲେ। ଅପରାଜିତା ଗତ ୫ବର୍ଷରେ କ’ଣ କରିଛନ୍ତି ତାହାର ଏକ ରିପୋର୍ଟ କାର୍ଡ ପ୍ରକାଶ କରିଥିଲେ। କିନ୍ତୁ ମାଟି ଏବଂ ପାଇକ ପୁଅର ସମ୍ମାନ ପାଇଁ କିଛି କରିନାହାନ୍ତି ବୋଲି ପାଣ୍ଡିଆନ କହିଥିଲେ। ପାଣ୍ଡିଆନ ଆହୁରି କହିଥିଲେ ଯେ, ମଧ୍ୟବିତ୍ତ ପରିବାରକୁ ବିଏସକେୱାଇରେ ସାମିଲ କରାଯିବ। ଗୃହ ଋଣ ସୁଧ ଉପରେ ରିହାତି ପ୍ରଦାନ କରାଯିବ। ୧୦ ଲକ୍ଷ ଟଙ୍କାର ଶିକ୍ଷା ଋଣ ସୁଧ ଉପରେ ମଧ୍ୟ ରିହାତି ମିଳିବ ବୋଲି ସେ କହିଥିଲେ। ଜନସଭାରେ ପାଣ୍ଡିଆନଙ୍କ ସମେତ ସାଂସଦ ମାନସ ମଙ୍ଗରାଜ ଏବଂ ଦଳୀୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *